Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ିରେ ମିଶିଲେ ଅମିତ ଶାହାଙ୍କ ‘ନବୀନ’

    Share on :
    Date: Nov 2, 2018    Views: 1086

    ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯାହା ଘରେ ଚକା ପକାଇ କଦଳୀ ପତ୍ରରେ ଭୋଜନ କରିଥିଲେ ସେହି ବ୍ୟକ୍ତି ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି  । ଖାଲି ବିଜେଡ଼ିରେ ସାମିଲ ହୋଇନାହାନ୍ତି ବରଂ ବିଜେପି ତାଙ୍କୁ ଦେଇଥିବା ୧ ଲକ୍ଷ ଟଙ୍କା ବି ଫେରାଇଦେବେ ବୋଲି କହିଛନ୍ତି  । ଯାହାକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା ହେଉଥିବାବେଳେ ବିଜେପିକୁ ଜୋରଦାର ଝଟକା ଲାଗିଛି  ।

    ୨୦୧୭ ଜୁଲାଇ ୪ରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ହୁଗୁଳାପଟ୍ଟାରୁ ମିଶନ ୧୨୦ ଅଭିଯାନ ଆରମ୍ଭ କରିଥିଲେ ଅମିତ ଶାହା  । ‘ମୋ ବୁଥ, ସବୁଠୁ ମଜବୁତ’ କାର୍ଯ୍ୟକ୍ରମ କରାଯିବା ସହ ହୁଗୁଳାପଟ୍ଟାର ବରା, ଆଳୁଚପ ବିକାଳୀ ନବୀନ ସ୍ୱାଇଁଙ୍କ ଘରେ ଆତିଥ୍ୟ ଗ୍ରହଣ କରି ଭୋଜନ କରିଥିଲେ  । କଦଳୀ ପତ୍ରରେ ଭୁରି ଭୋଜନ କରିଥିଲେ ଅମିତ ଶାହା ଓ ତାଙ୍କ ଟିମ୍  । ସେତେବେଳେ ଏହା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ବିଜେପିରେ ସାମିଲ ହେଲେ ନବୀନ ବୋଲି ପ୍ରଚାର ମଧ୍ୟ କରାଗଲା  । କିନ୍ତୁ ଏବେ ସେହି ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି  । ହୁଗୁଳାପଟ୍ଟା ସରପଂଚ ପ୍ରଦୀପ ମଲାଣଙ୍କ ସମେତ ୨ ଶହରୁ ଅଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି  । ଆଉ ଏମାନଙ୍କ ମଧ୍ୟରେ ଥିଲେ ନବୀନ ସ୍ୱାଇଁ  । ଯାହାକି ବିଜେପିକୁ ଝଟକା ଦେଇଛି ବୋଲି କୁହାଯାଉଛି  । ଏଥିପାଇଁ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ି ପକ୍ଷରୁ ଭୂୟସୀ ପ୍ରଂଶସା ମଧ୍ୟ କରାଯାଇଛି  । 

    Maximum 500 characters

    ରାଜନୀତି View all

    Find Us on Facebook