Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    Share on :
    ajab-Image
    Date: Nov 1, 2018    Views: 256

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବନ୍ଦନା ସିଙ୍ଘଲ, ସଡ଼କ ପରିବହନ ମନ୍ତ୍ରଣାଳୟର ଆଂଚଳିକ ନିଦେ୍ର୍ଧଶକ ରାକେଶ କୁମାର, ଜଳସମ୍ପଦ ବିଭାଗ ଅନ୍ତର୍ଗତ କେନ୍ଦ୍ରୀୟ ଜଳ ଆୟୋଗର ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗ ପାଟନାର ନିଦେ୍ର୍ଧଶକ ବୀରେନ୍ଦର ସିଂହ, ପାନୀୟ ଜଳ ଓ ପରିମଳ ସଂସ୍ଥାର ବରିଷ୍ଠ ପରାମର୍ଶଦାତା ଜି ଆର ଜାଗର, ଆରବି କାଉଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁଶାସନ ସଚିବ ଗୁଲଜରିଲାଲ ପ୍ରମୁଖ ସାମିଲ ଅଛନ୍ତି  । ଭୁବନେଶ୍ୱରରୁ ସେମାନେ ରଙ୍ଗେଇଲୁଣ୍ଡା ଯିବା ପରେ ଦୁଇ ଦଳରେ ବିଭକ୍ତ ହୋଇ କ୍ଷୟକ୍ଷତି ଆକଳନ କରିବେ  । ପ୍ରତିନିଧି ଦଳ ଓଡ଼ିଶା ବୁଲି ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ  । ପ୍ରତନିିଧି ଦଳର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ  ।
    ସୂଚନାଯୋଗ୍ୟଯେ, ତିତଲି କ୍ଷତି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୨୦୧୪ କୋଟିର ଦାବି ଉପସ୍ଥାପନା କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook