Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୧୦୦୦ ଜରି ଗୋଟାଳିଙ୍କୁ ନାଲକୋର ହାଇଜିନ୍ କିଟ୍ ପ୍ରଦାନ ଯୋଜନା

    Share on :
    Date: Oct 29, 2018    Views: 59

    ଭୁବନେଶ୍ୱର : ସମଗ୍ର ଦେଶରେ ଚାଲୁଥିବା ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଗ୍ରଣୀ ଆଲୁମିନିୟମ୍ ଉପôାଦନକାରୀ ନାଲ୍କୋ ପକ୍ଷରୁ ସ୍ୱଚ୍ଛତା ଦିଗରେ ଅଭିନବ ପ୍ରୟାସ କ୍ରମେ ଭୁବନେଶ୍ୱରର ବିଭିନ୍ନ ବସ୍ତିର ୨୦୦ ଜଣ ଜରି ଗୋଟାଳୀଙ୍କୁ ଗ୍ଲୋବ୍ସ, ଟି-ସାର୍ଟ୍, ମାସ୍କ୍, ଅର୍ଗାନିକ୍ ସାବୁନ୍ ଆଦି ହାଇଜିନ୍ କିଟ୍ ବିତରଣ କରାଯାଇଛି । ନାଲ୍କୋ ଆଗାମୀ ଦିନରେ ୧୦୦୦ ଜରି ଗୋଟାଳିଙ୍କୁ ଏଭଳି ହାଇଜିନ୍ କିଟ୍ ପ୍ରଦାନ କରିବ ବୋଲି ଯୋଜନା ରହିଛି ।
    ଜଗନ୍ନାଥ ଲେପ୍ରସି ବସ୍ତି, କାରଗିଲ ବସ୍ତି, ପୋଖରିପୁଟ ବସ୍ତି, ନୀଳାଦ୍ରି ବିହାର ବସ୍ତି, ଡମଣା ବସ୍ତି, ଈଶାନେଶ୍ୱର ବସ୍ତିରୁ ଆସିଥିବା ଏହି ଜରି ଗୋଟାଳୀଙ୍କୁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏହି ହାଇଜିନ୍ କିଟ୍ ବିତରଣ କରିଥିଲେ ।
    ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଓ ପରିଚ୍ଛନ୍ନତାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡଃ ଚାନ୍ଦ କହିଲେ ଯେ ଏହି ଜରି ଗୋଟାଳିମାନେ ସ୍ୱଚ୍ଛ ଭାରତର ପ୍ରମୁଖ ସେନାନୀ, ଯେଉଁମାନେ କି ଯେକୌଣସି ସହରର ପରିଷ୍କାର ପରିଚ୍ଛନ୍ନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥା"ି । ସେମାନଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ । 
    ଏହି କାର୍ଯ୍ୟକ୍ରମଟି ନାଲ୍କୋ ପକ୍ଷରୁ ସେବା ପ୍ରୟାସ ଫାଉଣ୍ଡେସନ୍ ସହ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏହି ଅବସରରେ, ନାଲ୍କୋର ନିଦେ୍ର୍ଧଶକ (ମାନବସମ୍ବଳ), ବିଶିଷ୍ଟ ସମାଜସେବୀ ତଥା ସେବା ପ୍ରୟାସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ ସୁବୁଦ୍ଧି ଏବଂ ନାଲ୍କୋର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । 
    ଉଲ୍ଲେଖଯୋଗ୍ୟ ଯେ କମ୍ପାନୀ, ସ୍ୱଚ୍ଛତା ପାଇଁ ଏହାର ନିରବଚ୍ଛିନ୍ନ ପ୍ରୟାସ କ୍ରମେ ତଥା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟ"ୀ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । 
    ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧିନରେ ନାଲ୍କୋ ପକ୍ଷରୁ ସାଧାରଣ ଜନତାଙ୍କ ବ୍ୟବହାର ନିମେ" ୫ ଲକ୍ଷ କପଡା ବ୍ୟାଗ୍ ବିତରଣ କରିବାର ଯୋଜନା ରହିଛି । ଏହି କ୍ରମରେ, କମ୍ପାନୀ ପକ୍ଷରୁ ଏକ ଅନ୍ଲାଇନ୍ ଅଭିଯାନ 'ସ୍ୱଚ୍ଛାଥନ୍' ଆରମ୍ଭ କରାଯାଇଛି । ଏହା ଦ୍ୱାରା, ସ୍ୱଚ୍ଛତାର ପ୍ରସାର ତଥା ସ୍ୱଚ୍ଛ ଭୁବନେଶ୍ୱର ନିମେ" ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଠାରୁ ମତ ଏବଂ ଚି"ାଧାରା ଆହ୍ୱାନ କରାଯିବ । ସେହିପରି, ବିଦ୍ୟାଳୟରେ ସ୍ୱଚ୍ଛତାର ପ୍ରସାର ନିମେ" ନାଲ୍କୋ ପକ୍ଷରୁ ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯିବ । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook