Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସାଇକ୍ଲିଂ କମାଏ କ୍ୟାନସର ଆଶଙ୍କା

    Share on :
    Date: Oct 29, 2018    Views: 91

    ଦୈନିକ ସାଇକ୍ଲିଂ କରୁଥିବା ଲୋକଙ୍କ ନିକଟରେ କ୍ୟାନସର ହେବାର ଆଶଙ୍କା କମ ଥାଏ । ଏ ନେଇ ସବିଶେଷ ତଥ୍ୟ ବି୍ରଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ବିଶେଷଜ୍ଞ ଅନୁଯାୟୀ ନିୟମିତ ସାଇକେଲ ଚଳାଇବା ନିୟମିତ ଚାଲିବା ଠାରୁ ମଧ୍ୟ ଭଲ । ୨ଲକ୍ଷ ୬୪ ହଜାର ଲୋକଙ୍କୁ ନେଇ କରାଯାଇଥିବା ଏକ ଅନୁସନ୍ଧାନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁଯାୟୀ ନିୟମିତ ସାଇକେଲ ଚଳାଉଥିବା ଲୋକଙ୍କ ଠାରେ କ୍ୟାନସର ହେବାର ଆଶଙ୍କା ୪୫ ପ୍ରତିଶତ କମ ରହିଥାଏ । ୫୩ବର୍ଷ ବୟସରୁ କମ୍ ବୟସ୍କ ଲୋକମାନଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ସାଇକେଲ ଚଳାଇବା ଦ୍ୱାରା ଶରୀରର ମାଂସପେଶୀ ସକି୍ରୟ ରହିଥାଏ । ପୂର୍ବରୁ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ସାଇକେଲ ଚଳାଇବା ଦ୍ୱାରା ହୃଦରୋଗ କମ ହେବା ସହ ଅସମୟରେ ମୃତୁ୍ୟର ମାତ୍ରା ମଧ୍ୟ କମ ହୋଇଥାଏ । କ୍ୟାନସର ମାତ୍ରା କମାଇବା ପାଇଁ ଆମକୁ ସାଇକେଲ ଚଲାଇବା ସହ ସୁସ୍ଥ ଭୋଜନଶୈଳୀ ମଧ୍ୟ ଅବଲମ୍ବନ କରିବାକୁ ହେବ । 

    Maximum 500 characters

    ବିଶେଷ View all

    Find Us on Facebook