Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତିତଲୀ: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

    Share on :
    Date: Oct 27, 2018    Views: 149

    ଭୁବନେଶ୍ୱର: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହା କହିଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଞ୍ଜାମ ଜିଲ୍ଲା ପାଇଁ ୫୦ କୋଟି  ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ କହିଛନ୍ତି । ଏବେ ତିତଲି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

     ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ତିତଲି ରିଲିଫ ଓ ପୁନରୁଦ୍ଧାର ନେଇ ପୁଣି ସମୀକ୍ଷା କରିଛନ୍ତି । ରିଲିଫ ଟଙ୍କା ସିଧାସଳଖ ପ୍ରଭାବିତଙ୍କ ବ୍ୟାଙ୍କ ଖାତାକୁ ଯିବ । ଅଙ୍ଗନୱାଡ଼ି କର୍ମୀଙ୍କୁ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିବାକୁ ପରାମର୍ଶ ନିଦେ୍ର୍ଧଶ ଦିଆଯାଇଥିବା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । 

    ଗଞ୍ଜାମ ଓ ଗଜପତି ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ପରେ ରିଲିଫ ବଣ୍ଟନ ଓ ପୁନରୁଦ୍ଧାର ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଶ୍ରୀ ପାଢୀ ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ସପ୍ତାହରେ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଞ୍ଚଳର ପରିଦର୍ଶନ ପାଇଁ ଆସିବା ନେଇ ଏସଆରସି ସୂଚନା ଦେଇଛନ୍ତି । ଗଜପତିରେ ୧୦ କୋଟି ଓ ଗଞ୍ଜାମ ଜିଲ୍ଲାକୁ ୬୦ କୋଟି ଟଙ୍କାର ରିଲିଫ ସହାୟତା ଦିଆଯାଇଛି । ତିତଲି ବନ୍ୟାରେ ପ୍ରାୟ ୮.୪ ଲକ୍ଷ ବିଦୁ୍ୟତ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ଆଉ ୧୪ ହଜାର ଗ୍ରାହକଙ୍କୁ ବିଦୁ୍ୟତ ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ଗଜପତି ଜିଲ୍ଲରେ କାଜୁ ଚାଷୀଙ୍କ ଏକର ପ୍ରତି ୧୮ ହଜାର ଟଙ୍କା ଦିଆଯିବ । ସମସ୍ତ କ୍ଷତିପୂରଣ ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । 

    Read more

    ତିତଲି କ୍ଷତି : ଓଡ଼ିଶାକୁ ଅତିରିକ୍ତ ୧୦୨୩ କୋଟି ମଂଜୁର କଲେ କେନ୍ଦ୍ର ସରକାର

    ଭୁବନେଶ୍ୱର : ତତଲି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ଆଉ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ମିଳିବ  । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ...

    Read more

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ...

    Read more

    ‘ତିତଲି’ କ୍ଷତିପୂରଣ ପାଇଁ ୨୭୭୦ କୋଟି ଟଙ୍କା

    ଭୁବନେଶ୍ୱର: ସାମୁଦ୍ରିକ ଝଡ଼  ‘ତିତଲି’ କ୍ଷତିପୂରଣ ବାବଦରେ ୨୭୭୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ରାଜ୍ୟ ସଚିବାଳୟରେ ସୋମବାର ଅନୁଷ୍ଠିତ ‘ତିତଲି’ ବିପର୍ଯ୍ୟୟ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ  ଏହି ସୂଚନା ଦେଇଛନ୍ତି । ସେହିପରି ...

    Maximum 500 characters

    ତାଜା ଖବର View all

    Find Us on Facebook