Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

    Share on :
    Date: Oct 27, 2018    Views: 285

    ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିଧି ବ୍ୟାପକ କରାଯାଇଛି । ରାଜ୍ୟ ବାହାରେ ଚିକିତ୍ସା ପାଇଁ ଏହି ଯୋଜନାରେ ସହାୟତା ମିଳିବା ସହ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଯାତାୟାତ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଯୋଜନାର ସମୀକ୍ଷା କରି ଏହି ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀମାଙ୍କ ପାଇଁ ଉପଯୋଗୀ ହୋଇପାରିଛି ଏବଂ ଗତ ଦୁଇମାସ ମଧ୍ୟରେ ଏକ କୋଟି ଦଶ ଲକ୍ଷ କେସ୍ରେ ସହାୟତା ଯୋଗାଇ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, 

    ଓଡ଼ିଶା ବାହାରେ ରହୁଥିବା ଓଡ଼ିଶାର ଲୋକମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ । ହିତାଧିକାରୀମାନେ ରାଜ୍ୟ ବାହାରର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ । ଚିକିତ୍ସାଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟରେ ଦାଖଲ କରାଯିବ । 

    ଓଡ଼ିଶାର ଲୋକମାନେ ମଧ୍ୟ ରାଜ୍ୟ ବାହାରେ ଚିକିତ୍ସା କରିପାରିବେ । ଏଥିପାଇଁ ଟାଟା ମେମୋରିଆଲ ହସପିଟାଲ, ମୁମ୍ବାଇ, ସିଏମସି, ଭେଲୋର, ନାରାୟଣ ହୃଦୟାଳୟ ଆଦି ଦେଶର ସମସ୍ତ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ । 

    କ୍ୟାନସର, ହାର୍ଟ ଏବଂ କିଡନୀ ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ ୧ଲକ୍ଷ ଟଙ୍କାରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । 

    ରାଜ୍ୟ ବାହାରେ ରେଫରାଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯିବାକୁ ଚାହୁଁଥିବା ରୋଗୀମାନଙ୍କୁ ୨୦୦୦ ଟଙ୍କା ଯାତାୟତ ଖର୍ଚ୍ଚ ଭାବରେ ପ୍ରଦାନ କରାଯିବ । ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟରେ ଜମା ଦିଆଯିବ । 

    ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ମିଶନ ଶକ୍ତିର ନିଦେ୍ର୍ଧଶିକା ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook