Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସମସ୍ତ ପୌରାଂଚଳରେ ଆରମ୍ଭ ହେବ ମଳ ପରିଚାଳନା ବ୍ୟବସ୍ଥା

    Share on :
    Date: Oct 26, 2018    Views: 41

    ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌରାଚଂଳରେ ମଳ ପରିଚାଳନା ବ୍ୟବସ୍ଥା କରାଯିବ  । ରାଜ୍ୟର ୧୧୪ ପୌର ପରିଷଦରେ ଅତ୍ୟାଧୁନିକ ମଳ ଓ ସିପ୍ଟେଜ ବ୍ୟବସ୍ଥା ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି  । ଜାତୀୟ ଏଫଏସଏସଏମ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ୬ଟି ସହରରେ ମଳ ଓ ସିପ୍ଟେଜ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି  । ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ଢେଙ୍କାନାଳ, ସମ୍ବଲପୁର ଓ ରାଉରକେଲା ସହର ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି  । 

    କର୍ମଶାଳାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେଯେ, ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ସହରାଂଚଳଗୁଡ଼ିକୁ ବାହାରେ ମଳମୂତ୍ର ତ୍ୟାଗ ମୁକ୍ତ କରିବା ପାଇଁ ଓଡ଼ିଶା ସହରାଂଚଳ ପରିମଳ ନୀତିରେ ଲକ୍ଷ୍ୟ ରଖାଯାଇଛି  । ବହୁ ସଂଖ୍ୟକ ଶୌଚାଳୟ ରହିଥିବାରୁ ଏହାର ପରିଚାଳନା ଏକ ଆହ୍ୱାନ ସୃଷ୍ଟି କରିଛି  । ତେବେ ସମ୍ପୂର୍ଣ୍ଣ ଓ ସ୍ଥାୟୀ ପରିମଳ ଲକ୍ଷ୍ୟ ହାସଲ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଏହି କର୍ମଶାଳାରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ର ଗୃହ ଓ ସହରାଂଚଳ ବିକାଶ ସଚିବ ଡିଏସ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥାନନ ପ୍ରମୁଖ ଉପସ୍ଥିତ ଥିଲେ  ।

    ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ୬ଟି ସହରରେ ମଳ ଓ ସିପ୍ଟେଜ ପରିଚାଳନା ବ୍ୟବସ୍ଥାର ଉଦଘାଟନ କରିଥିଲେ  । ଅପରପକ୍ଷରେ  ଭୁବନେଶ୍ୱରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୁରୀରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ବ୍ରହ୍ମପୁରରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଢେଙ୍କାନାଳରେ ବିଧାୟକ ସରୋଜ ସାମଲ ଉପସ୍ଥିତ ଥିଲେ  । ସେହିପରି ସମ୍ବଲପୁର ଓ ରାଉରକେଲାରେ ସୁବ୍ରତ ତରାଇ ଓ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook