Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ ଉଦ୍ଘାଟନୀ ଟିକେଟ ଅଫଲାଇନରେ ବିକି୍ର ହେବ!

    Share on :
    Date: Oct 26, 2018    Views: 77

    ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପରେ ଇଣ୍ଡିଆ ମ୍ୟାଚ୍ର ସବୁ ଅନଲାଇନ ଟିକେଟ ବିକି୍ର ସରିଯାଇଥିଲେ ମଧ୍ୟ ଉଦଘାଟନୀ ମ୍ୟାଚ ଟିକେଟ ବିକି୍ର ନେଇ ଏଯାଏଁ ନିଷ୍ପତି ହୋଇନଥିବା ଜଣାପଡ଼ିଛି । ନଭେମ୍ବର ୨୮ ତାରିଖରେ ବିଶ୍ୱକପର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ଉଦ୍ଘାଟନୀ ଉତ୍ସବ ୨୭ରେ ହେବ ବୋଲି ଜଣାପଡ଼ିଛି । ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ବାଦଶାହା ଶାହାରୁଖ ଖାନ ଓ ଓସ୍କାର ବିଜେତା ସଂଗୀତ ନିଦେ୍ର୍ଧଶକ ଏ. ଆର ରହେମାନ । ଏହି ଉଦଘାଟନ ଉତ୍ସବର ସବୁ ଟିକେଟ ଅଫଲାଇନରେ ବିକି୍ର କରାଯିବ ବୋଲି ଆଶା କରାଯାଉଛି । ତେବେ ଗ୍ୟାଲେରୀରେ ୧୫ ହଜାର ସିଟର କ୍ଷମତା ଥିବା ବେଳେ କେତେ ଟିକେଟ ବିକି୍ର ପାଇଁ ରଖାଯିବ ଓ କେତେ ପାସ ବ୍ୟବସ୍ଥା ହେବ ସେ ନେଇ କୌଣସି ନିଷ୍ପତି ହୋଇନାହିଁ । ଏ ସଂପର୍କରେ ଆଲୋଚନା ହେବା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି କହିଛନ୍ତି କି୍ରଡ଼ା ସଚିବ ବିଶାଳ ଦେବ । ତେବେ ମ୍ୟାଚ ପାଇଁ ଉଦ୍ଧିଷ୍ଟ ଟିକେଟ ମୂଲ୍ୟ ଠାରୁ ଏହାର ମୂଲ୍ୟ ଅଧିକ ହୋଇପାରେ । ବିଶ୍ୱକପ ମ୍ୟାଚ ପାଇଁ ଟିକେଟର ସର୍ବନିମ୍ନ ମୂଲ୍ୟ ୧୦୦ ଟଙ୍କା ଏବଂ ସର୍ବାଧିକ ୨୫୦ ଟଙ୍କା ରଖାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ଆଥଲେଟିକ ଷ୍ଟାଡିୟମରେ ଆୟୋଜିତ ହେବ । ଏଥିରେ ମାତ୍ର ୧୨ ହଜାର ଦର୍ଶକ ବସି କାର୍ଯ୍ୟକ୍ରମ ଦେଖିପାରିବେ । ଉଦଘାଟନୀ କାର୍ଯ୍ୟକ୍ରମ ଦ୍ୱାରା ଟର୍ଫ ନଷ୍ଟ ହୋଇଯିବାର ସମ୍ଭାବନା ଥିବାରୁ ଏହାକୁ ଆଥଲେଟିକ ଷ୍ଟାଡିୟମରେ ଆୟୋଜନ କରାଯିବ । 

    Maximum 500 characters

    ଖେଳ ଖବର View all

    Find Us on Facebook