Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦାମ କହିଲେ ଅଣ୍ଡାକୁ ନେଇ ତଡ଼କା କରିବି, ପ୍ରମୋଦ କହିଲେ ପାଗଳ ହେଇଗଲେଣି ଦାମ

    Share on :
    Date: Oct 26, 2018    Views: 2688

    ଭୁବନେଶ୍ୱର : ନିଆଳୀରେ ଡାକ୍ତର ଦାମୋଦର ରାଉତଙ୍କ ସଭାମଂଚ ଉପରକୁ ଅଣ୍ଡାମାଡ଼ କରାଯାଇଛି  । ଏନେଇ ଶାସକ ଦଳ ଆଡ଼କୁ ଆଙ୍ଗୁଠି ଉଠିଛି  । ତେବେ ଡାକ୍ତର ଦାମୋଦର ରାଉତ ଏହାକୁ ହାଲକା ଭାବେ ନେଇଛନ୍ତି  । ସେ କହିଥିଲେଯେ, କାହିଁ ମୁଁ କେଉଁଠି ଅଣ୍ଡା ଦେଖିନି  । ଆପଣମାନେ ଦେଖିଥିବେ  । ଆଉ ଯଦି ବା ଅଣ୍ଡା ମାଡ଼ ହୋଇଥିବ ମୋ ଉପରେ କିଛି ପ୍ରଭାବ ପଡ଼ିବାର ନାହିଁ  । ବରଂ ଅଣ୍ଡାକୁ ନେଇ ମୁଁ ତଡ଼କା କରିପାରିବି ବୋଲି ଦାମ କହିଛନ୍ତି  ।

    ଅପରପକ୍ଷରେ ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ କହିଛନ୍ତିଯେ, ଦାମ ବାବୁ କ’ଣ ଦୁର୍ନୀତି ବିରୋଧରେ ଗପୁଛନ୍ତି  । ସେ ନିଜେ ଗତ ୩୫ ବର୍ଷ ମଧ୍ୟରେ ବହୁ ଦୁର୍ନୀତି କରିଛନ୍ତି  । ତାଙ୍କର ମାନସିକ ଅବସ୍ଥା ଠିକ ନାହିଁ  । ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ପାଇଁ ସେ ଜଣେ ଡାକ୍ତର ଭାବେ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି  ।

    ସୂଚନାଯୋଗ୍ୟଯେ, ଗୁରୁବାର ନିଆଳୀ ହାଇସ୍କୁଲ ସାମ୍ନା ପଡ଼ିଆରେ ସମାବେଶ ହୋଇଥିଲା  । ଦାମଙ୍କ ସମେତ ଏହି ସମାବେଶରେ ରବି ଦାସ, ସତ୍ୟ ପ୍ରକାଶ ନାୟକ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ  । ତେବେ ସମାବେଶ ବେଳେ ଦାମଙ୍କୁ ବିରୋଧ କରି ଅଙ୍ଗନବାଡ଼ି କର୍ମୀମାନେ ପ୍ଲାକାଡର଼୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । ପରେ ଅନ୍ଧାରରେ ମଂଚ ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା  । 

    Read more

    ଦାମଙ୍କୁ ବିଜେଡି ଥୋପ

    ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ଡାକ୍ତର ଦାମୋଦର ରାଉତ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ?  ଏନେଇ ଡାକ୍ତର ରାଉତ ଏଯାଏଁ କିଛି ବି ସ୍ପଷ୍ଟ କରିପାରୁନାହାନ୍ତି  । ଆଂଚଳିକ ଦଳ ଗଠନରେ ସେ ବିଫଳ ହେବା ପରେ ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସହ ଯୋଗସୂତ୍ରରେ ...

    Read more

    ଚର୍ଚ୍ଚାରେ ରହିବା ପାଇଁ ‘ଜନତା କ୍ରାନ୍ତି’ କଥା କହିଥିଲେ ଦାମ !

    ଭୁବନେଶ୍ୱର : ଜାନୁଆରୀ ୨୧  । ଏକ ନୂଆ ଦଳ ଗଢିବା ପାଇଁ ଆବେଦନ କରାଯାଇଛି ବୋଲି କହିଥିଲେ ଡାକ୍ତର ଦାମୋଦର ରାଉତ  । ଦଳର ନାଁ ମଧ୍ୟ ସ୍ପଷ୍ଟ କରିଥିଲେ  । ଏମିତିକି ନୂଆ ଦଳରେ ଯୋଗଦେବା ପାଇଁ ନେତାମାନଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ  । ହେଲେ କୁଆଡେ଼ ଗଲା ...

    Read more

    ଯଦି ମୋ ପୁଅ ପାଇଁ ଏତେ ଦରଦ, ଦେବାଶିଷ ପାରାଦୀପ ବୁଲୁଛନ୍ତି କାହିଁକି : ଦାମ

    ଭୁବନେଶ୍ୱର : ଯଦି ମୋ ପୁଅ ପାଇଁ ବିଜେଡିର ଏତେ ଦରଦ ତାହେଲେ ଦେବାଶିଷ ସାମନ୍ତରାୟ ପାରାଦୀପ ବୁଲୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ଦାମୋଦର ରାଉତ  । ସେହିପରି ନିଜ ପୁଅ ଓ ଝିଅ ପାଇଁ ସେ ଗର୍ବିତ ବୋଲି କହିଛନ୍ତି  ।

    ବିଜେଡ଼ି ପ୍ରତିଷ୍ଠା ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook