Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ

    Share on :
    Date: Oct 24, 2018    Views: 275

    ଖାଲି ଓଡ଼ିଶା ନୁହେଁ, ଦେଶ ବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଓଡ଼ିଶାରେ ନିର୍ମାଣ ହେବ ଫିଲ୍ମ । ୧୯୮୦ ମସିହାରେ ଘଟିଥିଲା ଏହି ଜଘଣ୍ୟ ହତ୍ୟାକାଣ୍ଡ । ସତ୍ୟ ଘଟଣା ଆଧାରିତ ଏହି ଫିଲ୍ମରେ କିଛିଟା କାଳ୍ପନିକ କଥା ମିଶାଇ ଏହି ଫିଳ୍ମ ନିର୍ମାଣ ହେବ । କଟକରେ ଏହାର ମହୁରତ ହୋଇଯାଇଛି । ୨୦୧୯ ଜାନୁଆରୀ ଜାନୁଆରୀ ୨୬ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ିଛି । ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକର ବିଲୁଆଖାଇ ନଈପଠାରେ ସାମ୍ବାଦିକ ନବ ମହାପାତ୍ରଙ୍କ ପତ୍ନୀ ଛବିରାଣୀଙ୍କୁ କେତେକ ଦୁର୍ବୃତ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ସେତେବେଳେ ଏହି ହତ୍ୟାକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଫିଲ୍ମରେ ଛବିରାଣୀ ଭୂମିକାରେ ଆସିବେ ବଙ୍ଗୀୟ ଯୁବତୀ ଚନ୍ଦ୍ରାଣୀ ଦାସ । ଚନ୍ଦ୍ରାଣୀଙ୍କ ବିପକ୍ଷରେ ନାୟକ ଭୂମିକାରେ ଆସିବେ ନବାଗତ ଅମନ ପରାସର । ଲିଡ୍ ରୋଲରେ ଅଛନ୍ତି ମିହିର ଦାସ, ଅନୁଚୌଧୁରୀ ଓ ସିଦ୍ଧାନ୍ତ ମହାପାତ୍ର । 

    Maximum 500 characters

    ଅଜବ View all

    Find Us on Facebook