Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୟୁନାଇଟେଡ୍‍ ବ୍ୟାଙ୍କ ପରିଚାଳନା ନିଦେ୍ର୍ଧଶକଙ୍କ ଭୁବନେଶ୍ୱର ଗସ୍ତ

    Share on :
    Date: Oct 24, 2018    Views: 115

    ଭୁବନେଶ୍ୱର : ଅଶୋକ କୁମାର ପ୍ରଧାନ ୟୁନାଇଟେଡ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ପରିଚାଳନା ନିଦେ୍ର୍ଧଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନରେ ଆସି ପ୍ରାୟ ୬୦ରୁ ଊଦ୍ଧ୍ୱର୍ ଶାଖାର ପରିଚାଳକମାନଙ୍କୁ ସମ୍ବୋଧନ କରିବା ସହ ନିଜର ଦକ୍ଷତା ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ଆବଶ୍ୟକତା ଉପରେ ବିବେଚନା କରି ଋଣ ପ୍ରଦାନ କରିବା ଉଚିତ୍‍ ବୋଲି ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ସ୍ଥାନରୁ ଆସିଥିବା ଗ୍ରାହକମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଜର ସଠିକ୍‍ ବାଲାନ୍ସ ସିଟ୍‍ ଦାଖଲ କଲେ ବ୍ୟାଙ୍କ ରିହାତି ପ୍ରଦାନ କରିଥାଏ ଏବଂ ଏମ୍‍ଏସ୍‍ଏମ୍‍ଇ ଋଣ ଓ ଅନ୍ୟାନ୍ୟ ଖୁଚୁରା ଋଣ ଦେବାରେ ବ୍ୟାଙ୍କର ପ୍ରାଥମିକତା ଥାଏ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏହାସହ ସେ ଅଣକାର୍ଯ୍ୟକାରୀ ସମ୍ପତ୍ତି ଋଣ ଆଦାୟ ଉପରେ ପ୍ରାଥମିକତା ଦେବା ଉଚିତ୍‍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉପ-ମହାପ୍ରବନ୍ଧକ ରାଜକିଶୋର ନାୟକ ଏବଂ ସହାୟକ ମହାପ୍ରବନ୍ଧକ ରତିକାନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook