Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦାମ ବିଦା ହେବା ପରେ ବିଷ୍ଣୁଙ୍କ ପାୱାର କମୁଛି ?

    Share on :
    Date: Oct 14, 2018    Views: 9221

    ଭୁବନେଶ୍ୱର : ଡାକ୍ତର ଦାମୋଦର ରାଉତ ବିଜୁ ଜନତା ଦଳରୁ ବିଦା ହେବା ପରେ ସବୁଠାରୁ ଅଧିକ ଖୁସି ହୋଇଥିଲେ ବିଷ୍ଣୁ ଦାସ  । କାହିଁକିନା ଦାମ ଯିବା ପରେ ବିଷ୍ଣୁ ହିଁ ଜଗତସିଂହପୁରରେ ପାୱାରଫୁଲ ହୋଇଯିବେ ବୋଲି ଅନୁମାନ କରୁଥିଲେ  । କିନ୍ତୁ ବାସ୍ତବରେ ଠିକ ଓଲଟା ହେଉଥିବା ପରିଲକ୍ଷିତ ହେଉଛି  । ଅର୍ଥାତ୍ ଦାମ ଯିବା ପରେ ତାଙ୍କର ପାୱାର କମିଥିବା ବିଷ୍ଣୁଙ୍କ ସମର୍ଥକମାନେ ଅନୁଭବ କରୁଛନ୍ତି  । ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା ସଭାପତି  । ହେଲେ ଗତ ସେପ୍ଟେମ୍ବର ୩୦ରେ କୁଜଙ୍ଗରେ ଅନୁଷ୍ଠିତ ମହିଳା ସମାବେଶରେ ବିଷ୍ଣୁଙ୍କୁ ଦେଖିବାକୁ ମିଳିନଥିଲା  । ବରଂ ସେହି ସମୟରେ ବିଷ୍ଣୁ ଓ ରାଜଶ୍ରୀଙ୍କ ସମର୍ଥକ ମୁହାଁମୁହିଁ ହେବା ଖବର ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ତେବେ ସେତେବେଳେ କେତେକ ବିଜେଡ଼ି ନେତା ବିଷ୍ଣୁଙ୍କ ଶରୀର ଅସୁସ୍ଥତା କହି ଜଗତସିଂହପୁର ବିଜେଡ଼ିରେ ଥିବା ବିବାଦକୁ ଏଡ଼ାଇ ଦେଇଥିଲେ  । କିନ୍ତୁ ଗତ ୬ରେ ଜଗତସିଂହପୁରରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କାଡର଼୍ ବଂଟନ କରାଗଲା  । କିନ୍ତୁ ଆଶ୍ଚର୍ଯ୍ୟର କଥା ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କୁ ଡକରା ମିଳିଲାନି  । ଜଗତସିଂହପୁର ହେଉକି ନାଉଗାଁ ସଭାରେ ତାଙ୍କୁ ଦେଖିବାକୁ ମିଳିନଥିଲା  । ଫଳରେ ସେଠାରେ ବିଷ୍ଣୁଙ୍କ ସମର୍ଥକମାନେ ପ୍ରତିବାଦ କରିବା ସହ ସାଂସଦ କୁଳମଣି ସାମଲଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା  ।

    ଏନେଇ ରାଜନୀତିକ ସମୀକ୍ଷକମାନେ କୁହନ୍ତିଯେ, ଦାମଙ୍କୁ କାଉଂଟର କରିବା ପାଇଁ ବିଷ୍ଣୁଙ୍କୁ ବିଜେଡ଼ି ପାୱାରଫୁଲ କରିଥିଲା  । ବିଷ୍ଣୁଙ୍କୁ ପାୱାରଫୁଲ କରାଗଲେ ଦାମ ସବୁବେଳେ ଚାପରେ ରହିବେ  । ଫଳରେ ତାଙ୍କୁ ଚେକ ଦିଆଯାଇପାରିବ  । ତେଣୁ ବିଷ୍ଣୁଙ୍କୁ ଦଳ ଗୁରୁତ୍ୱ ଦେଇ ଆସୁଥିଲା  । କିନ୍ତୁ ଏବେ ଦାମ ଆଉ ଦଳରେ ନାହାନ୍ତି  । ସେହିପରି ବିଷ୍ଣୁଙ୍କୁ ନେଇ ଜଗତସିଂହପୁରର ଅନେକ ନେତା ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି  । ଜଗତସିଂହପୁରରୁ ନେଇ ପାରାଦୀପ, ତିର୍ତୋଲରୁ ନେଇ ବାଲିକୁଦା ପର୍ଯ୍ୟନ୍ତ ବିଷ୍ଣୁ ସବୁ ନିର୍ବାଚନମଣ୍ଡଳୀରେ ଆଖି ପକାଉଛନ୍ତି  । ତେଣୁ ବିଜେଡ଼ି ରଣନୀତି ବଦଳାଇଥିବା କୁହାଯାଉଛି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook