Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୋହନାରେ ୩୧୫ ମିମି ବର୍ଷା

    Share on :
    Date: Oct 11, 2018    Views: 169

    ଭୁବନେଶ୍ୱର : ତିତଲି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି  । ରାୟଗଡ଼ା ଜିଲ୍ଲାର ମୋହନା ବ୍ଲକରେ ସର୍ବାଧିକ ୩୧୫ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  । ସେହିପରି ଆର ଉଦୟଗିରି ବ୍ଲକରେ ୨୨୩ ମିମି, ନୟାଗଡ଼ରେ ୧୪୬.୪ ମିମି, ଚିକିଟିରେ ୨୧୩.୬ ମିମି, ଶେରଗଡ଼ରେ ୧୯୫ ମିମି ବର୍ଷା ହୋଇଛି  । ସେହିପରି ୪ ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଥିବାବେଳେ ୩୩ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି  । ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳପତନ ବୃଦ୍ଧି ପାଉଛି  । ସେହିପରି ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ନଦୀ କୂଳିଆ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି  । ଅପରପକ୍ଷରେ ବାତ୍ୟାକୁ ଆଖିଆଗରେ ରଖି ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସ୍ଥିତି ସୁଧାରିଥିବାରୁ ଲୋକମାନେ ଘରକୁ ଫେରିବା ଆରମ୍ଭ କରିଛନ୍ତି  ।

    Read more

    ତିତଲି କ୍ଷତି : ଓଡ଼ିଶାକୁ ଅତିରିକ୍ତ ୧୦୨୩ କୋଟି ମଂଜୁର କଲେ କେନ୍ଦ୍ର ସରକାର

    ଭୁବନେଶ୍ୱର : ତତଲି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ଆଉ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ମିଳିବ  । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ...

    Read more

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ...

    Read more

    ତିତଲୀ: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

    ଭୁବନେଶ୍ୱର: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହା କହିଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଞ୍ଜାମ ଜିଲ୍ଲା ପାଇଁ ୫୦ କୋଟି  ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook