Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

News Banner

ମୁଖ୍ୟ ଖବର

    ତିତଲି : ନଈରେ ଭାସିଗଲା ଇନ୍ଦିରା ଆବାସ, ୬ ନିଖୋଜ

    Share on :
    Date: Oct 11, 2018    Views: 2243

    ଭୁବନେଶ୍ୱର : ଭଞ୍ଜନଗରରେ ଏକ ଅଭାବନୀୟ ଘଟଣା ଘଟିଛି  । ତିତଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଅଡ଼ଙ୍ଗୀ ନଦୀ କୂଳ ଲଙ୍ଘିଛି  । ଅଡ଼ଙ୍ଗୀ ନଦୀ କୂଳରେ ଥିବା ଏକ ଇନ୍ଦିରା ଆବାସ ମଧ୍ୟ ନଈ ପାଣିରେ ଭାସି ଯାଇଛି  । ସେହି ଘରେ ରହୁଥିବା ୬ ଜଣ ମଧ୍ୟ ନିଖୋଜ ହୋଇଥିବା ଜାଣିବାକୁ ମିଳିଛି  । ଗାଜଲବାଡ଼ି ଗ୍ରାମ ପଂଚାୟତର ଭୂତପଙ୍କାଳ ଗ୍ରାମରେ ଏମିତି ଅଘଟଣ ଘଟିଛି  । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ  । ଜିଲ୍ଲାପାଳ କହିଛନ୍ତିଯେ, ଦିନ ୧୨ଟାରୁ ଖୋଜାଖୋଜି ଚାଲିଛି  । ଉଦ୍ଧାର ପାଇଁ ପ୍ର୍ରୟାସ ଜାରି ରହିଛି  । ତେବେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି  ।

    ମିଳିଥିବା ସୂଚନାନୁଯାୟୀ, ଅଡ଼ାଙ୍ଗୀ ନଦୀ କୂଳରେ ବିଜୟ ମଳିକ ନାମକ ଜଣେ ବ୍ୟକ୍ତିଙ୍କର ଇନ୍ଦିରା ଆବାସ ଘର ଥିଲା  । ସେହି ଘରେ ସ୍ୱାମୀ ସ୍ତ୍ରୀ ଓ ପୁଅ ବୋହୂ ରହୁଥିଲେ  । ତେବେ ପ୍ରବଳ ବର୍ଷା ଯୋଗୁଁ ଜଙ୍ଗଲ ଭିତରୁ ହଠାତ ନଦୀକୁ ପାଣି ଆସି ଯାଇଥିଲା  । ନଦୀରେ ହଠାତ ପାଣି ଆସିବା ଦେଖି ସେମାନେ ଜୀବନବିକଳରେ ଘରର ଛାତ ଉପରକୁ ଚଢ଼ି ଯାଇଥିଲେ  । ଅପରପକ୍ଷରେ ତାଙ୍କ ଘରେ ମଧ୍ୟ ଜଣେ ଆଶ୍ରୟ ନେଇଥିଲେ  । ସେହିପରି ନିକଟରେ ଗାଈ ଚରାଉଥିବା ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ଛାତ ଉପରକୁ ଚଢ଼ି ଯାଇଥିଲେ  । କିନ୍ତୁ ପାଣି ଏତେ ଜୋରରେ ଆସିଥିଲାଯେ, ଇନ୍ଦିରା ଆବାସ ସହ ୬ ଜଣଙ୍କୁ ଭସାଇ ନେଇଥିଲା  । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି  ।

    Read more

    ତିତଲି କ୍ଷତି : ଓଡ଼ିଶାକୁ ଅତିରିକ୍ତ ୧୦୨୩ କୋଟି ମଂଜୁର କଲେ କେନ୍ଦ୍ର ସରକାର

    ଭୁବନେଶ୍ୱର : ତତଲି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ଆଉ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ମିଳିବ  । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ...

    Read more

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ...

    Read more

    ତିତଲୀ: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

    ଭୁବନେଶ୍ୱର: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହା କହିଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଞ୍ଜାମ ଜିଲ୍ଲା ପାଇଁ ୫୦ କୋଟି  ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ ...

    Maximum 500 characters

    News Banner View all

    Find Us on Facebook