Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାମପାଳଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

    Share on :
    Date: Oct 11, 2018    Views: 158

    ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ରାମପାଳଙ୍କୁ ୨ଟି ହତ୍ୟାକାଣ୍ଡ ମାମଲାରେ ହିସାର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜେଲ ପରିସରରେ ହିଁ କୋର୍ଟ ସ୍ଥାପନ କରାଯାଇଥିଲା । ଯେଉଁ ଦୁଇ ହତ୍ୟାକାଣ୍ଡ ପାଇଁ ରାମପାଳଙ୍କୁ ଦାୟୀ କରାଯାଇଛି ତନ୍ମଧ୍ୟରେ ପ୍ରଥମ ମାମଲା ଜନୈକା ମହିଳାଙ୍କ ହତ୍ୟା ଅଭିଯୋଗ ରହିଛି ।

    ମୃତକ ମହିଳା ଜଣ ରାମପାଳଙ୍କ ଅନୁଗାମୀ ଥିଲେ । ୨୦୧୪ ନଭେମ୍ବର ୧୮ରେ ସତଲୋକ ଆଶ୍ରମରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

    ଦ୍ୱିତୀୟ ହତ୍ୟାକାଣ୍ଡ ରାମପାଳଙ୍କ ଗିରଫକୁ ବିରୋଧ କରି ଭକ୍ତ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ  ସମୟରେ ହୋଇଥିଲା । ୧୦ ଦିନ ଧରି ଚାଲିଥିବା ଏହି ଖଣ୍ଡଯୁଦ୍ଧରେ ୪ ଜଣ ମହିଳା ଓ ଜଣେ ଶିଶୁର ମୃତୁ୍ୟ ହୋଇଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook