Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୬ ଟ୍ରେନ ବାତିଲ, ଗୋଟିଏର ରୁଟ ବଦଳିଲା

    Share on :
    Date: Oct 11, 2018    Views: 79

    ଭୁବନେଶ୍ୱର: ‘ତିତଲି’ ପ୍ରଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ୬ଟି ଟ୍ରେନର ଯାତ୍ରାକୁ ବାତିଲ କରାଯାଇଥିବାବେଳେ ଗୋଟିଏ ଟ୍ରେନର ରୁଟ ବଦଳାଯାଇଛି । 

    ଭୁବନେଶ୍ୱର-ବିଶାଖାପଟନମ ଇଣ୍ଟରସିଟିକୁ ଉଭୟ ପଟୁ ବାତିଲ କରାଯାଇଛି । ସେହିପରି ବିଶାଖାପଟନମ-ଦୀଘା ଏକ୍ସପ୍ରେସ, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ, ବାଙ୍ଗାଲୋର କାଣ୍ଟ-ଗୌହାଟୀ ଏକ୍ସପ୍ରେସ, ଯଶୋବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ, ହାୱଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଟ୍ରେନକୁ ମଧ୍ୟ ରେଳବାଇ ପକ୍ଷରୁ ବାତିଲ କରାଯାଇଛି । 

    ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ହାୱାଡ଼ା-ସିକନ୍ଦରାବାଦ ଫାଲକନୁମାର ଗତିପଥ ବଦଳାଯାଇଛି । ଏହା ବର୍ତ୍ତମାନ ଖଡ଼ଗପୁର-ଟାଟା-ବିଳାସପୁର-କାଜିପେଟ ରୁଟରେ ଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

    ବାତ୍ୟା ପାଇଁ ଗତକାଲି ରାତି ୧୦ଟାରୁ ଟ୍ରେନ ଚଳାଚଳକୁ ବନ୍ଦ ରଖିଥିଲା ରେଳବାଇ । ଖୋର୍ଦ୍ଧାରୋଡରୁ ବିଜୟନଗରମ ମଧ୍ୟରେ ରେଳ ଚଳାଚଳକୁ  ପୂର୍ବତଟ ରେଳବାଇ ବନ୍ଦ କରିଥିଲା ।   କିଛି ଦୂର ଟ୍ରେନକୁ ନାଗପୁର-ବିଜୟୱାଡ଼ା ଦେଇ ଡାଇଭର୍ଟ କରାଯାଇଥିଲା । ପୁରୀରୁ  ଛାଡ଼ିବାକୁ ଥିବା କିଛି ଟ୍ରେନର ସମୟ ନିର୍ଘଣ୍ଟ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook