Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପ୍ରଳୟଙ୍କରୀ ‘ତିତଲି’ ପରେ କୋମଳମତି ‘ତିତଲି’ର ଜନ୍ମ

    Share on :
    Date: Oct 11, 2018    Views: 318

    ପ୍ରଳୟଙ୍କରୀ ବାତ୍ୟା ‘ତିତଲି’ ପ୍ରଭାବରେ ଜୋରରେ ହେଉଥାଏ ପବନ । ପବନର ଶବ୍ଦ ଥିଲା ଭୟଙ୍କର । ଆଗକୁ କ’ଣ ହେବ ଏନେଇ ସମସ୍ତଙ୍କୁ ଘାରିଥିଲା ଭୟ । ବାତ୍ୟା ‘ତିତଲି’କୁ ନେଇ ମନରେ ଏଭଳି ଭୟ ଜନ୍ମ ନେଇଥିବାବେଳେ ଗୋଟିଏ କୋମଳମତି ‘ତିତଲି’ ଜନ୍ମ ନେଇଥିଲା । ଯେତେବେଳେ ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ତିତଲି’ ତାଣ୍ଡବ କରୁଥିବା ସେତେବେଳେ ଆସିକା ମେଡିକାଲରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଯାହାର ନାମ ରଖାଯାଇଛି ‘ତିତଲି’ ।

    ଗତକାଲି ଗଞ୍ଜାମ ଜିଲ୍ଲାର ୧୦୫ ଜଣ ଗର୍ଭବତୀଙ୍କୁ ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ଜଣେ ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆସିକା ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ‘ତିତଲି’ ସ୍ଥଳଭାଗ ଛୁଇଁବା ସମୟରେ ଆସିକା ଚିକିତ୍ସାଳୟରେ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିଲା ।

    ସେଥିପାଇଁ ମେଡିକାଲ ପକ୍ଷରୁ ତାର ନାମକରଣ କରାଯାଇଥିଲା ।  ନବଜାତ ଶିଶୁ କନ୍ୟାର ନାମ ‘ତିତଲି’ ରଖାଯାଇଛି । ଏଭଳି ନାମକରଣ ପରେ ମେଡିକାଲରେ ଖୁସର ଲହରି ଖେଳିଯାଇଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook