ମୁଖ୍ୟ ଖବର
ଭୁବନେଶ୍ୱର: ବାତ୍ୟା ‘ତିତଲି’ ସ୍ଥଳଭାଗ ଛୁଇଁବା ପରେ ଅନେକ ସ୍ଥାନରେ କ୍ଷତି କରିଥିବା ସୂଚନା ମିଳିଛି । ଓଡ଼ିଶାର ଗୋପାଳପୁର ଓ ଗଜପତି ବିଶେଷଭାବେ ପ୍ରଭାବିତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଶ୍ରୀ ସେଠୀଙ୍କ ସୂଚନା ଅନୁସାରେ ଗଞ୍ଜାମ, ଗଜପତି ଓ ପୁରୀରେ ଅଧିକ ବର୍ଷା ହୋଇଛି । ଏହା ସହ ବର୍ତ୍ତମାନ ପଶ୍ଚିମବଙ୍ଗ ମୁହାଁ ହୋଇଛି । ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୧୦୭୦ ମଧ୍ୟ ଜାରି କରାଯିବା ସହ ରାଜ୍ୟରେ ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି ।
କେଉଁଠି କେତେ କ୍ଷୟକ୍ଷତି ହୋଇଛି:
ଗଞ୍ଜାମରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସମୟରେ ଗଜପତିରେ ଅନେକ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ବିଦୁ୍ୟତ ଓ ପରିବହନ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସମୟରେ କାହାର ମୃତୁ୍ୟ ହୋଇନାହିଁ । ବାତ୍ୟାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଗୋପାଳପୁରରେ ଜୋରରେ ପବନ ବୋହୁଛି । ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟସ ଓ ଚାଳ ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ହାଇମାଷ୍ଟ ଲାଇଟ ପୋଷ୍ଟ ମଧ୍ୟ ଭାଙ୍ଗି ପଡ଼ିିଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦୁ୍ୟତଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ।
ସହରର ଦିଗପହଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଏହା ସହ ଭଞ୍ଜନଗର ଓ ଆସିକା ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବାର ସମ୍ଭାବନା ରହିଛି ।
Comments ସମସ୍ତ ମତାମତ 0