Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମେଡଅଲ ଲ୍ୟାବ ଉଦଘାଟିତ

    Share on :
    Date: Oct 11, 2018    Views: 97

    ଭୁବନେଶ୍ୱର: ଦକ୍ଷିଣ ଭାରତର ଅଗ୍ରଣୀ ଡାଏଗ୍ନଷ୍ଟିକ ସଂସ୍ଥା ମେଡଅଲର ଏକ ନୂତନ ପ୍ରୋସେସିଂ ସେଣ୍ଟର ଭୁବନେଶ୍ୱରର ରବି ଟକିଜ ଛକ ଠାରେ ଉଦଘାଟିତ ହୋଇଛି । ଏହି ପ୍ରୋସେସିଂ ସେଣ୍ଟରକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡଅଲ କମ୍ପାନୀର ପ୍ରେସିଡେଣ୍ଟ ମୃଗା ଗୁପ୍ତାଙ୍କ ଏବଂ ଓଡ଼ିଆ ସନେଷ୍ଟାର ବବି ମିଶ୍ର ଉପସ୍ଥିତ ଥିଲେ । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମେଡଅଲ କମ୍ପାନୀ ଡାଏଗ୍ନଷ୍ଟିକ କ୍ଷେତ୍ରରେ ସମଗ୍ର ଦକ୍ଷିଣ ଭାରତରେ ୪୦ ପ୍ରତିଶତ ବଜାର ଅକ୍ତିଆର କରିଥିବାବେଳେ ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡରେ ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛି । 

    ଭୁବନେଶ୍ୱର କେନ୍ଦ୍ର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook