Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦଶହରା ଛୁଟି ପରେ ହେବ କି ଛାତ୍ର ସଂସଦ ନିର୍ବାଚନ ?

    Share on :
    ajab-Image
    Date: Oct 11, 2018    Views: 1844

    ଭୁବନେଶ୍ୱର : ଅକ୍ଟୋବର ୧୧ରେ ହୋଇଥା’ନ୍ତା ଛାତ୍ର ସଂସଦ ନିର୍ବାଚନ  । ପ୍ରାର୍ଥୀମାନେ ଦିନ ରାତି ମେହନତ କରିଥିଲେ  । କିଏ ହେବ ସେମାନଙ୍କ ଛାତ୍ର ନେତା ? କାହାକୁ ଦେବେ ଭୋଟ ? ଛାତ୍ରଛାତ୍ରୀମାନେ ତାହା ବି ସ୍ଥିର କରିସାରିଥିଲେ  । ହେଲେ ସବୁ କିଛି ବେଙ୍ଗା ହୋଇଗଲା  । ‘ତିତଲି’ ଯୋଗୁଁ ନିର୍ବାଚନ ବାତିଲ ହୋଇଗଲା  । ୧୧ ଓ ୧୨ ତାରିଖକୁ ଛୁଟି ଘୋଷଣା କରିଦିଆଗଲା  । ଫଳରେ ନିଶ୍ଚିତ ବିଜୟର ଆଶା ରଖିଥିବା ଛାତ୍ରନେତାମାନଙ୍କ ମନ ନୈରାଶ୍ୟରେ ଭରିଯାଇଛି  । ଅପରପକ୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସଂଶୟ ଭିତରେ ଗତି କରୁଛନ୍ତି ଛାତ୍ରନେତା  । ‘ତିତଲି’ ବିପଦ ଟଳିବା ପରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଏବିଭିପି, ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡ଼ି ପକ୍ଷରୁ ଦାବି କରାଯାଇଛି  । ତେବେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପରୋକ୍ଷରେ ଯେଉଁ ସଂକେତ ଦେଇଛନ୍ତି ଏବେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଅନୁମାନ କରାଯାଉଛି  । ୧୧ ଓ ୧୨ ଦୁଇଦିନ ଧରି ଛୁଟି ଥିବାବେଳେ କେବେ ସ୍କୁଲ ଓ କଲେଜ ଖୋଲିବ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା  । ତେବେ ଏସଆରସି ବିଷ୍ଣୁପଦ ସେଠୀ କହିଥିଲେଯେ, ଏହା ପରେ ଦଶହରା ଛୁଟି ହୋଇଯିବ  । ଅର୍ଥାତ କୁମାରପୂର୍ଣ୍ଣିମା ପରେ ଯାଇ ହିଁ ସ୍କୁଲ ଓ କଲେଜ ଖୋଲିବ  । ତେଣୁ ଏହା ପରେ ହିଁ ଛାତ୍ର ସଂସଦ ନିର୍ବାଚନ ହେବବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook