Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୈଳାସ ଖେରଙ୍କ ବିରୋଧରେ କ’ଣ ଅଭିଯୋଗ ଆଣିଲେ ସୋନା

    Share on :
    Date: Oct 11, 2018    Views: 700

    ନୂଆଦିଲ୍ଲୀ: ଜଣେ ପରେ ଜଣେ ସେଲିବ୍ରିଟିଙ୍କ ବିରୋଧରେ ଚାଞ୍ଚଲ୍ୟକର ଯୌନ ଉପôୀଡ଼ନ ଅଭିଯୋଗ ସବୁ ମହଲରେ ହଇଚଇ ସୃଷ୍ଟି କଲାଣି । ତନୁଶ୍ରୀ ଦତ୍ତ ଓ ନାନା ପାଟେକରକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ଜଣାଶୁଣା ଗାୟିକା ସୋନା ମହାପାତ୍ର ବି ଏଥିରେ ସାମିଲ ହୋଇଛନ୍ତି । ସେ ସଙ୍ଗୀତଜ୍ଞ କୈଳାସ ଖେରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

    ସୋନା ଏନେଇ ଟ୍ୱିଟ କରି କହିଛନ୍ତି ଯେ, କୈଳାସଙ୍କୁ ସେ ପ୍ରଥମେ ମୁମ୍ବାଇର ଏକ କଫିସପରେ ଭେଟିଥିଲେ । ଏକ କନସର୍ଟ ବାବଦରେ ସେଠାରେ ସେ କୈଳାସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ କୈଳାସ ସୋନାଙ୍କ ଜଙ୍ଘ ଉପରେ ହାତ ରଖି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ ବହୁତ ସୁନ୍ଦରୀ ବୋଲି କହିଥିବା ସୋନା ଟ୍ୱିଟ କରିଛନ୍ତି ।

    କୈଳାସଙ୍କ ଏଭଳି ଆଚରଣ ଦେଖି ସେ ସତର୍କ ହୋଇଯାଇଥିଲେ ଏବଂ ଯଥାଶୀଘ୍ର ସେହି ସ୍ଥାନ ଛାଡ଼ି ଦେଇଥିଲେ ବୋଲି ସୋନା କହିଛନ୍ତି । ଏହା ପରେ ମଧ୍ୟ କୈଳାସ ସୁଧୁରି ନଥିଲେ ଏବଂ ତାଙ୍କୁ ବାରମ୍ବାର କଲ କରୁଥିଲେ । ସେ କଲ ନଉଠାଇବାରୁ ଢାକାରେ କନସର୍ଟ ଆୟୋଜକଙ୍କ ମାଧ୍ୟମରେ ତାଙ୍କୁ ଯୋଗଯୋଗ କରିଥିଲେ ଏବଂ ରିହର୍ସଲ ପାଇଁ ନିର୍ଦ୍ଧାରିତ ସ୍ଥାନ ବଦଳରେ ତାଙ୍କୁ ନିଜ ରୁମକୁ ଯିବାକୁ କହିଥିଲେ । ସୋନାଙ୍କ ଏହି ଅଭିଯୋଗରେ ବଲିଉଡରେ ମି ଠୁ ଅଭିଯାନକୁ ଆହୁରି ଜୋରଦାର କରିଛି ।  ଅନ୍ୟପକ୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା କହିଛନ୍ତି ଯେ, ଏଭଳି ଅପରାଧୀମାନେ ଆତଙ୍କବାଦୀ ଓ ହତ୍ୟାକାରୀଙ୍କ ଠାରୁ କିଛି କମ ନୁହନ୍ତି । ଅଭିଯୁକ୍ତଙ୍କୁ ଜେଲ ପଠାଯିବା ଉଚିତ ବୋଲି ସେ କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook