Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୂଅରୁ ୫ ଭାଇଙ୍କ ଶବ ଉଦ୍ଧାର, ବାପ-ମା ନିଖୋଜ

    Share on :
    Date: Oct 11, 2018    Views: 207

    ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାର ଗୋଟିଏ କୂଅ ମଧ୍ୟରୁ ୫ଜଣ ପିଲାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ନାବାଳକ ଭାଇମାନଙ୍କର ବୟସ ୩ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ କହିଛି

    ବାରୱାନି ଅନ୍ତର୍ଗତ ଚିଖଲି ଗ୍ରାମରେ ବାସ କରୁଥିବା ଏହି ପିଲାଙ୍କ ବାପାଙ୍କର ଦୁଇ ଜଣ ସ୍ତ୍ରୀ ଥିଲେ । ସେ ବ୍ୟକ୍ତିଙ୍କ ନାମ ଭତର ସିଂହ । ସେ ଏବଂ ତାଙ୍କର ଦୁଇ ପତ୍ନୀ ନିରୁଦ୍ଧିଷ୍ଟ ହୋଇଯାଇଥିବା କଥା ପୁଲିସ କହିଛି । ୪୦ ବର୍ଷୀୟ  ଭତର ସିଂହଙ୍କ ପ୍ରଥମ ପତ୍ନୀ ୩୬ ବର୍ଷୀୟା ସୁନ୍ଦରୀ ବାଈଙ୍କ ଗର୍ଭରୁ ୪ ଜଣ ପିଲା ଓ ୩୦ ବର୍ଷୀୟ ଅନୀତା ବାଈଙ୍କ ଗର୍ଭରୁ ଜଣେ ପିଲା ହୋଇଥିଲା ।

    ଗ୍ରାମବାସୀଙ୍କ ସହାୟତାରେ  ପୁଲିସ ପିଲାମାନଙ୍କ ଶବଗୁଡ଼ିକୁ କୂଅରୁ କାଢି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ନିରୁଦ୍ଧିଷ୍ଟ ପିତାମାତାଙ୍କୁ ଖୋଜିବା ପାଇଁ ଦୁଇଟି ସର୍ଚ୍ଚ ଟିମ ଗଠନ କରାଯାଇଛି ବୋଲି ପୁଲିସ କହିଛି । 

    Read more

    ଗଛରେ ଝୁଲୁଛି ମହିଳାଙ୍କ ଶବ

    ହରିଚନ୍ଦନପୁର: ଶୁକ୍ରବାର ସକାଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମର ପ୍ରାୟ ୧ କିଲୋମିଟର ଦୂରରେ ଥିବା ଗୋଟାଏ କାଜୁବଣରେ ଜଣେ ମହିଳାଙ୍କ ଶବ ଝୁଲୁଥିବା ଦେଖାଯାଇଛି। ମୃତ ମହିଳାଜଣକ ଝାଡ଼ପୋଖରୀ ଗ୍ରାମର ୨୪ ବର୍ଷୀୟ ମଙ୍ଗୁଳୀ ...

    Read more

    ଶୌଚାଳୟ ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

    ମାଲକାନଗିରି: ମାଲକାନଗିରି ଜିଲ୍ଲା ଲାଠିଆଗୁଡ଼ା ଠାରେ ଗୁରୁବାର ଏକ ଶୌଚାଳୟ ଟାଙ୍କିରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଠାରୁ ନାବାଳିକା ଜଣଙ୍କ ଘରୁ ନିଖୋଜ ଥିବାବେଳେ ପରିବାର ଲୋକେ ଝିଅକୁ ବହୁତ ଖୋଜା ଖୋଜି କରିଥିଲେ । ତେବେ ଆଜି ସକାଳୁ ଏକ ...

    Read more

    ଡଙ୍ଗାବୁଡ଼ି ଘଟଣା: ନିଖୋଜ ଶିଶୁର ମୃତଦେହ ଉଦ୍ଧାର

    କେନ୍ଦ୍ରାପଡ଼ା: ହୁକିଟୋଲା ବତୀଘର ନିକଟସ୍ଥ ନିପାଣିଠାରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ଶିଶୁର ମୃତଦେହ ଠାବ କରାଯାଇଛି ।  ନିପାଣିଆ ନିକଟରୁ ନିଖୋଜ ୬ ବର୍ଷ ଶିଶୁର ମୃତୁଦେହକୁ ଉଦ୍ଧାର କରାଯାଇଛି । ଏଥିସହ ଡଙ୍ଗାବୁଡ଼ି ଘଟଣାରେ ମୃତୁ୍ୟ ସଂଖ୍ୟା ୧୦କୁ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook