Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ‘ତିତଲି’କୁ ନେଇ କ’ଣ ରହିଛି ଆଇଏମଡ଼ିର ସୂଚନା ?

    Share on :
    Date: Oct 11, 2018    Views: 562

    ଭୁବନେଶ୍ୱର : ‘ତିତଲି’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଦ୍ୟତମ ବୁଲେଟିନ ଜାରି କରଯାଇଛି  । ଆଇଏମଡ଼ି ପକ୍ଷରୁ କୁହାଯାଇଛିଯେ, ବିଶାଖାପାଟନମ, ଗୋପାଳପୁର ଓ ପାରାଦୀପର କୋଷ୍ଟାଲ ଡପଲର ରାଡ଼ାର ଦ୍ୱାରା ‘ତିତଲି’ର ଗତିବିଧି ଅନୁଧ୍ୟାନ କରାଯାଉଛି  । ଗତ ୬ ଘଂଟା ଧରି ‘ତିତଲି’ ଘଂଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି  । ସାଢେ଼ ୪ଟାରୁ ସାଢେ଼ ୫ଟା ମଧ୍ୟରେ ‘ତିତଲି’ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲ୍ଲମ ଜିଲ୍ଲାର ପଲାସାଠାରେ ସ୍ଥଳଭାଗକୁ ଛୁଇଁଥିଲା  । ସେତେବେଳେ ପବନର ବେଗ ୧୪୦ରୁ ୧୫୦ ରହିଥିବାବେଳେ ସ୍ଥଳବିଶେଷର ୧୬୫ କିଲୋମିଟର ପର୍ଯ୍ୟନ୍ତ ବତାସ ବହିଥିଲା  । ସକାଳ ସାଢେ଼ ୫ଟା ବେଳକୁ ତିତଲି ଗୋପାଳପୁର ଠାରୁ ୭୦ କିଲୋମିଟର ଓ କଳିଙ୍ଗପାଟନମ ଠାରୁ ୬୦ କିଲୋମିଟର ଦୂରରେ ରହିଥିଲା  । ସାଢେ଼ ୪ଟା ବେଳକୁ ତିତଲି ପ୍ରଭାବରେ ଗୋପାଳପୁରରେ ୧୨୬ କିଲୋମିଟର ବେଗରେ ପବନ ବହିଥିବାବେଳେ କଳିଙ୍ଗପାଟନମ ଠାରେ ୫୯ କିମି ବେଗରେ ପବନ ବହିଥିଲା  । ଏହା ଏବେ ଉତର ପଶ୍ଚିମଦିଗ ଦେଇ ଗତି କରୁଥିବାବେଳେ ମଧ୍ୟାହ୍ନ ବେଳକୁ ଧିରେଧିରେ ଦୁର୍ବଳ ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  । 

    Maximum 500 characters

    ଆଂଚଳିକ View all

    Find Us on Facebook