Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ଆସିବ କି ଆୟାର ?

    Share on :
    Date: Oct 11, 2018    Views: 562

    ଭୁବନେଶ୍ୱର : ଆଜି ଅକ୍ଟୋବର ୧୧  । ଦିନ ୧୧ଟା ବେଳେ ଅଭିଜିତ ଆୟାର ମିତ୍ରକୁ ହାଜର ହେବା ପାଇଁ ବିଧାନସଭାର ଗୃହ କମିଟି ସମନ କରିଥିଲେ  । କୋର୍ଟଙ୍କ ନିଦେ୍ର୍ଧଶକୁ ବେଖାତିର କରି ଏଯାଏଁ ଆୟାର କୋଣାର୍କ ଥାନାରେ ବି ହାଜର ହୋଇନାହାନ୍ତି  । ଫଳରେ ଆଜି ସେ ବିଧାନସଭାର ଗୃହ କମିଟି ନିକଟରେ ହାଜର ହେବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ଅପରପକ୍ଷରେ ସୁପ୍ରିମକୋର୍ଟ ଜାମିନ ନାମାଂଜୁର କରିବା ସହ କଡ଼ା ଟିପ୍ପଣୀ ଦେବା ପରେ ପୁଲିସ ମଧ୍ୟ ଆୟାରକୁ ବାନ୍ଧିବା ପାଇଁ ଖୋଜୁଛି  । 

    ଅକ୍ଟୋବର ୫ରେ ଆୟାର କୋଣାର୍କ ଥାନାରେ ହାଜର ହେବେବୋଲି ଚର୍ଚ୍ଚା ହେଉଥିଲା  । ଏମିତିକି ସେ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ପହଁଚିଥିଲେ ବୋଲି କେତେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା  । ଭୁବନେଶ୍ୱରରୁ ନେଇ କୋଣାର୍କ ପର୍ଯ୍ୟନ୍ତ ପୁଲିସ କଡ଼ା ସୁରକ୍ଷାର ମଧ୍ୟ ବ୍ୟବସ୍ଥା କରିଥିଲା  । କିନ୍ତୁ ସେଭଳି କିଛି ହୋଇନଥିଲା  । ତେବେ ବିଭିନ୍ନ ସୂତ୍ର ଅନୁଯାୟୀ ପୁଲିସ ଅକ୍ଟୋବର ୧୧କୁ ଅପେକ୍ଷା କରିଥିଲା  । ଗୃହ କମିଟି ନିକଟରେ ଯଦି ଆୟାର ହାଜର ହୁଅନ୍ତି ସେହିଠାରୁ ହିଁ ତାଙ୍କୁ ଗିରଫ କରିବାକୁ ଯୋଜନା ହୋଇଥିଲା  । ଫଳରେ ଆଜି ଆୟାର ହାଜର ହେବେକି ବୋଲି ପ୍ରଶ୍ନ ଉଠିଛି  । ‘ତିତଲି’ ଯୋଗୁଁ ଅନେକ ବିମାନ ମଧ୍ୟ ବାତିଲ ହୋଇଯାଇଛି  । ତେଣୁ ବିମାନ ବାତିଲକୁ ମଧ୍ୟ ଆୟାର ଆଳ କଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । 

    ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ, ଅଭିଜିତଙ୍କୁ ବାନ୍ଧିବା ପାଇଁ ଓଡ଼ିଶା ପୁଲିସ ଢେ଼ର କସରତ କରିଚାଲିଛି  । କିନ୍ତୁ ଏଯାଏଁ ଆୟାରର ଟେର ମିଳୁନାହିଁ  । ଓଡିଶା ପୁଲିସର ତିନୋଟି ଟିମ୍ ଦିଲ୍ଲୀ, କୋଲକାତା ଓ ଚେନ୍ନାଇରେ ଛାନଭିନ କରୁଛନ୍ତି  । ଏସଟିଏଫ ଏସପି ସତ୍ୟଜିତ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ପୁଲିସ ଟିମ ଅଭିଜିତଙ୍କ ଅଫିସ ଓ ଘର ଓ ସମ୍ପର୍କୀୟଙ୍କ ଘର ଉପରେ ତନାଘନା କରିଥିଲେ ବି ଆୟାରର ଟେର ପାଇନାହିଁ  । ଜଙ୍ଗପୁର ଏକ୍ସଟେନସନରେ ଥିବା ତାଙ୍କ ଅଫିସ ଓ ସଫଦରଜଙ୍ଗ ଏନକ୍ଲେଭରେ ଥିବା ଘରକୁ ଯାଇ ପଚରାଉଚରା କରିଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook