Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗଜପତିରେ ହୋଇଛି ଅଧିକ କ୍ଷତି

    Share on :
    Date: Oct 11, 2018    Views: 1617

    ଭୁବନେଶ୍ୱର : ‘ତିତଲି’ ପ୍ରଭାବରେ ଗଜପତିରେ ଅଧିକ କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  । ଗଛ ପଡ଼ିଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି  । କାଶୀନଗର, ମୋହନା ଭଳି ପ୍ରମୁଖ ରାସ୍ତାରେ ଗମନାଗମନ ଏକରକମ ଠପ ହୋଇଯାଇଛି  । ସେହିପରି ଅନେକ କଚ୍ଚା ଘର ଭାଙ୍ଗି ଯାଇଥିବାବେଳେ ଆଜବେଷ୍ଟସ ଛପର ମଧ୍ୟ ଉଡ଼ିଯାଇଛି  । ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଏଭଳି ସୂଚନା ଦିଆଯାଇଛି  । ତେବେ ଗଞ୍ଜାମରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି  । ଶ୍ରୀ ସେଠୀ କହିଛନ୍ତିଯେ,  ଗତକାଲି ପ୍ରାୟ ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା  । ରାଜ୍ୟରେ କେତେ ପରିମାଣରେ ବର୍ଷା ହୋଇଛି ଓ ବନ୍ୟାର ଆଶଙ୍କା ରହିଛି କି ନାହିଁ ସେନେଇ ସରକାର ନୀରିକ୍ଷଣ କରୁଛନ୍ତି  । ତେବେ ଆଜି ଦିନ ସାରା ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଉଛି  । ସ୍ଥାନେସ୍ଥାନେ ବର୍ଷାର ମଧ୍ୟ ସମ୍ଭାବନା ରହିଛି  । ଅପରପକ୍ଷରେ ଗମନାଗମନକୁ ସ୍ୱାଭାବିକ କରିବା ପାଇଁ  ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଏସଆରସି ପ୍ରକାଶ କରିଛନ୍ତି  ।

    Read more

    ତିତଲି କ୍ଷତି : ଓଡ଼ିଶାକୁ ଅତିରିକ୍ତ ୧୦୨୩ କୋଟି ମଂଜୁର କଲେ କେନ୍ଦ୍ର ସରକାର

    ଭୁବନେଶ୍ୱର : ତତଲି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ଆଉ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ମିଳିବ  । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ...

    Read more

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ...

    Read more

    ତିତଲୀ: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

    ଭୁବନେଶ୍ୱର: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହା କହିଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଞ୍ଜାମ ଜିଲ୍ଲା ପାଇଁ ୫୦ କୋଟି  ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook