Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତିତଲି ପ୍ରଭାବ: ରାତି ୧୦ରୁ ଟ୍ରେନ ଚଳାଚଳ ବନ୍ଦ

    Share on :
    Date: Oct 10, 2018    Views: 535

    ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ତିତଲି ମନ୍ଥରଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ତିତଲି କେବଳ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ମହାବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

    ତେବେ ଏନେଇ ପୂର୍ବତଟ ରେଳବାଇ ସତର୍କ ହୋଇଯାଇଛି । ବାତ୍ୟା ପାଇଁ ଆଜି ରାତି ୧୦ଟାରୁ ଟ୍ରେନ ଚଳାଚଳକୁ ବନ୍ଦ ରଖିଛି ରେଳବାଇ । ଖୋର୍ଦ୍ଧାରୋଡରୁ ବିଜୟନଗରମ ମଧ୍ୟରେ ରେଳ ଚଳାଚଳକୁ  ପୂର୍ବତଟ ରେଳବାଇ ବନ୍ଦ କରିଛି । ପରବର୍ତ୍ତୀ ନିଦେ୍ର୍ଧଶ ନଆସିବା ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ ବନ୍ଦ ରହିବ । ତେବେ କିଛି ଦୂର ଟ୍ରେନକୁ ନାଗପୁର-ବିଜୟୱାଡ଼ା ଦେଇ ଡାଇଭର୍ଟ କରାଯିବ । ପୁରୀରୁ  ଛାଡ଼ିବାକୁ ଥିବା କିଛି ଟ୍ରେନର ସମୟ ନିର୍ଘଣ୍ଟ ମଧ୍ୟ ପରିବର୍ତ୍ତନ କରାଯାଇଛି । 

    Read more

    ସମ୍ବଲପୁରରୁ ସାଲିମାର ନୂଆ ଟ୍ରେନ

    ଭୁବନେଶ୍ୱର: ଏବେ ସମ୍ବଲପୁରରୁ ସାଲିମାର ମଧ୍ୟରେ ଏକ ନୂଆ ଟ୍ରେନ ଚଳାଚଳ କରିବ ।  ଭାୟା  ତାଳଚେର ଦେଇ ସପ୍ତାହକୁ ୩ ଦିନ ଏହି ନୂଆ ଟ୍ରେନ ଚାଲିବ । ଭୁବନେଶ୍ୱରରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏହି ଘୋଷଣା କରିଛନ୍ତି । ସେହିପରି ଗଣ୍ଡୱାନା ଏକ୍ସପ୍ରେସ ...

    Read more

    ଚଳନ୍ତା ଟ୍ରେନରେ ନିଆଁ

    ସମ୍ବଲପୁର: ଚଳନ୍ତା ଟ୍ରେନରେ ନିଆଁ । ଗୁରୁବାର ହରିଶଙ୍କର ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିଶାଖାପାଟଣା-ଭଗତକି କୋଠି ଏକ୍ସପ୍ରେସ ଯାଉଥିବାବେଳେ ଏହାର ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ଧୂଆଁ ଦେଖି ରେଲୱେକୁ ସୂଚନା ...

    Read more

    ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

    ରାୟଗଡ଼ା: ହୀରାଖଣ୍ଡ ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ରେଳ ଧାରଣାରେ ଫାଟ ଦେଖିବା ପରେ ସିଗନାଲ ମ୍ୟାନ ଟ୍ରେନଟିକୁ ଅଟକାଇଥିଲେ । ରେଳ ଧାରଣା ମରାମତି କରାଯିବାର ଘଣ୍ଟାଏ ପରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । ମଙ୍ଗଳବାର ସକାଳ ...

    Maximum 500 characters

    ତାଜା ଖବର View all

    Find Us on Facebook