Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେମିତି ରହିବ ତିତଲିର ପ୍ରକୋପ

    Share on :
    Date: Oct 10, 2018    Views: 147

    ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ତିତଲି ମନ୍ଥରଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଘଣ୍ଟା ପ୍ରତି ୧୦ କିମି ବେଗରେ ପଶ୍ଚିମ ଦିଗରେ ଗତି କରି ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୩୨୦ କିମି ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ ଠାରୁ ଦକ୍ଷିଣ ପୂର୍ବରେ ୨୭୦ କିମି ଦୂରରେ ରହିଛି । ତିତଲି କେବଳ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ମହାବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

    ତେବେ ଏହି ତିତଲିର ପ୍ରକୋପ କେମିତି ରହିବ ଆସନ୍ତୁ ଜାଣିବା  ।


    ତିତଲି ପ୍ରଭାବରେ ସର୍ବାଧିକ ୧୬୫ କିମି ବେଗରେ ପବନ ବୋହିବ 

    ସ୍ଥଳଭାଗ ଛୁଇଁଲା ବେଳକୁ ସର୍ବାଧିକ ୧୬୫ କିମି ପବନ ହେବ 

    ଧୀରେ ଧୀରେ ପବନ କମିବ, କିନ୍ତୁ ବର୍ଷା ଲାଗି ରହିବ

    ଫାଇଲିନ ଓ ହୁଡହୁଡ ଠାରୁ ତିତଲିର ପ୍ରଭାବ କମ ରହିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । 

    ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ଆସିପାରେ । ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ଆସିବାର ସମ୍ଭାବନା ରହିଛି । ଅନ୍ୟ କିଛି ନଦୀରେ ବି ଜଳ ପତ୍ତନ ବୃଦ୍ଧି ଘଟିବାର ସମ୍ଭାବ ରହିଥିବା ଜଳ ସମ୍ପଦ ପ୍ରମୁଖ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।  

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook