Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତିତଲିର ପ୍ରତିକୂଳ ପ୍ରଭାବ: ରୋହି କେଜି ୬୦ ଟଙ୍କା

    Share on :
    Date: Oct 10, 2018    Views: 6363

    ପିପିଲି: ବାତ୍ୟା ତିତଲି ଭୟଙ୍କର ରୂପ ନେଇଛି । ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ବାତ୍ୟାର ପ୍ରତିକୂଳ ପ୍ରଭାବ ମାଛ ବ୍ୟବସାୟୀଙ୍କ ଉପରେ ପଡ଼ିଛି । ବୁଧବାର ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ବଜାରରେ ଜଣେ ମାଛ ହୋଲସେଲର ବ୍ୟବସାୟୀ କିଲୋ ପ୍ରତି ୬୦ ଟଙ୍କା ଦରରେ ସାଢେ ୩ଟନ ରୋହି ମାଛ ବିକ୍ରି କରିଥିବା ଜଣାଯାଇଛି । ଯେଉଁ ମାଛ କେଜି ପ୍ରତି ୧୮୦ ଟଙ୍କାରେ ବିକ୍ରି  ହେବା କଥା, ତାହା ଶସ୍ତାରେ ବିକ୍ରି ହେଉଥିବା ଶୁଣି ଗ୍ରାହକଙ୍କ ସୁଅ ଛୁଟିଥିଲା । 

    ଏଥିପାଇଁ  ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଖୁଚୁରା ମାଛ ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଦାଣ୍ଡମୁକୁନ୍ଦପୁର ବଜାରରେ କିଛି ଘଣ୍ଟା ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା ।

    ମାଛ ଗୋଦାମରୁ ଏକାଧିକ ଟାଟା ଏସିଇ ଗାଡ଼ିରେ କର୍ମଚାରୀଙ୍କ ସହାୟତାରେ ମାଛଭର୍ତ୍ତି ଟ୍ରେକୁ ଲଦି ଦାଣ୍ଡମୁକୁନ୍ଦପୁର ବଜାରରେ ସମ୍ପୃକ୍ତ ହୋଲସେଲର ବ୍ୟବସାୟୀ ଜଣକ ବିକ୍ରି କରିଥିଲେ । 

    Read more

    ପାରାଦୀପରେ ମାଛ ମଡ଼କ

    ପାରାଦୀପ: ଜଗତସିଂହପୁର ପାରାଦୀପ ସାହାରା ମତ୍ସ୍ୟଦିଆ ନଦୀ କୂଳରେ ମାଛ ମଡ଼କ ଦେଖିବାକୁ ମିଳିଛି । ଆଜି ସକାଳୁ ନଦୀରେ ହଜାର ହଜାର ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି । ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ନଦୀ ଜଳ ପ୍ରଦୂଷଣ କାରଣରୁ ମାଛ ମଡ଼କ ସନେ୍ଦହ ...

    Read more

    ପୁଣି ମାଛରୁ ମିଳିଲା ଫର୍ମାଲିନ

    ସମ୍ବଲପୁର: କର୍କଟ ସୃଷ୍ଟିକାରୀ ଫର୍ମାଲିନ ପ୍ରଲେପ ଦିଆଯାଇ ମାଛ ବିକ୍ରି କରାଯାଉଥିବା ଘଟଣା ସାମନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି । ତେବେ ସମ୍ବଲପୁରରେ ଚଢଉ ପରେ  ସଂଗୃହୀତ ୨ଟି ମାଛରେ ଫର୍ମାଲିନ ଥିବା ଜଣାଯାଇଛି ।  କୁଲୁଥକାନିରେ ...

    Read more

    ‘ମଧୁର ମାଛରେ ଫର୍ମାଲିନ ଥିବା ପ୍ରମାଣ ମିଳିନି’

    ଭୁବନେଶ୍ୱର: କର୍କଟ ସୃଷ୍ଟିକାରୀ ଫର୍ମାଲିନ ପ୍ରଲେପ ଦିଆଯାଇ ମାଛ ବିକ୍ରି କରାଯାଉଥିବା ଘଟଣା ସାମନାକୁ ଆସିବା ପରେ ରାଜ୍ୟର ଅଧିକାଂଶ ଲୋକେ ଏହାକୁ ଖାଇବା ବନ୍ଦ କରିଦେଇଥିଲେ । ଯାହା ଫଳରେ ଚଢା ଦରରେ ଲୋକେ ଚିକେନ ଓ ମଟନ କିଣି ନିଜର ପକେଟ ଖାଲି କରିବା ସହ ପେଟ ଭର୍ତ୍ତି ...

    Maximum 500 characters

    ବିଶେଷ View all

    Find Us on Facebook