ମୁଖ୍ୟ ଖବର
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବାତ୍ୟା ତିତଲି ମନ୍ଥରଗତିରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ତିତଲି କେବଳ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ମହାବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ତେବେ ଏହି ସମୟରେ କ’ଣ କରିବେ ଓ କ’ଣ ନକରିବେ ଆସନ୍ତୁ ଜାଣିବା:
୧- ପାଣିପାଗର ଖବର ପାଇଁ ରେଡିଓ, ଟିଭି ଓ ଖବରକାଗଜ ପଢନ୍ତୁ
୨- ଆବଶ୍ୟକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖନ୍ତୁ
୩- ଗୃହପାଳିତ ପଶୁଙ୍କୁ ନବାନ୍ଧି ଖୋଲାରେ ରଖନ୍ତୁ
୪-ସ୍ଥିତିକୁ ନେଇ ଶାନ୍ତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ
୫-ବିଜୁଳି ସରବରାହ ବନ୍ଦ କରନ୍ତୁ
୬-ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଏଡ଼ାଇବା ପାଇଁ ଗ୍ୟାସ ସପ୍ଲାଏ ବନ୍ଦ ରଖନ୍ତୁ
୭-ଘରର ଦ୍ୱାର ଓ ଝରକା ବନ୍ଦ ରଖନ୍ତୁ
୮-ମାଟି ଘରେ ଥିଲେ ସୁରକ୍ଷିତ କୋଠା ଘରକୁ ଚାଲିଯାଆନ୍ତୁ
୯-ଭଙ୍ଗା ଦଦରା ଘରକୁ ଯାଆନ୍ତୁ ନାହିଁ
୧୦-ଦୂଷିତ ପାଣି ପିଅନ୍ତୁ ନାହିଁ, କ୍ଲୋରିନଯୁକ୍ତ ପାଣି ପିଅନ୍ତୁ
୧୧-ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ
ମହାବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ମତ୍ସ୍ୟଜୀବୀମାନେ କ’ଣ କରିବେ ଓ କ’ଣ ନକରିବେ ଆସନ୍ତୁ ଜାଣିବା
୧-ଅତିରିକ୍ତ ବ୍ୟାଟେରୀ ସହ ରେଡିଓକୁ ସବୁବେଳେ ପାଖରେ ରଖନ୍ତୁ
୨-ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ
୩-ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ
Comments ସମସ୍ତ ମତାମତ 0