Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୪୨ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

    Share on :
    Date: Oct 10, 2018    Views: 237

    ଭୁବନେଶ୍ୱର: ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ୪୨ଟି ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି । ଫଳରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସଂଖ୍ୟା ୫୧୨କୁ ବୃଦ୍ଧି ପାଇଛି । ଏହାଛଡ଼ା ଗର୍ଭବତୀ ମା’ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୫୦୦ଟି ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି । 

    ପ୍ରକାଶ ଯେ, ରାଜ୍ୟରେ ଗତ ୨୦୧୩ ମାର୍ଚ୍ଚ ମାସରୁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ୩୮ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି । ମାତୃ ଓ ଶିଶୁ ମୃତୁ୍ୟହାର ରୋକିବାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

    ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଶେଷ କରି ଆଦିବାସୀ ଅଧ୍ୟୁ୍ୟଷିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାରିତ କରିବା ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆଉ ଅତିରିକ୍ତ ୯୨ଟି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଏଥିରୁ ୨୮ଟି ବିଏଲଏସ ଆମ୍ବୁଲାନ୍ସକୁ ଉନ୍ନତିକରଣ ପୂର୍ବକ ଏଏଲଏସ ଆମ୍ବୁଲାନ୍ସରେ ରୂପାନ୍ତରିତ କରିବା ନିମନ୍ତେ ସରକାର ନିଜସ୍ୱ ପାଣ୍ଠିରୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅତିରିକ୍ତ ଆମ୍ବୁଲାନ୍ସଗୁଡ଼ିକ ପାଇଁ ଆସନ୍ତା ୫ ବଷଁ ନିମନ୍ତେ ସରକାର ୯୦କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook