Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ତିତଲି ପ୍ରଭାବରେ କ’ଣ ହେବ ?

    Share on :
    Date: Oct 10, 2018    Views: 1409

    ଭୁବନେଶ୍ୱର : ତିତଲି ଭୟଙ୍କର ରୂପ ନେଇସାରିଛି  । ବୁଧବାର ଦିନ ସାଢେ଼ ୧୧ଟା ଠାରୁ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହୋଇସାରିଛି  । 

    ପବନ : ତିତଲି ପ୍ରଭାବରେ ପ୍ରଥମେ ଘଂଟାପ୍ରତି ୧୦୦-୧୧୦ କିଲୋମିଟର ବେଗରେ ପବନ ବହିବ  । ଏହା ପରେ ପବନର ବେଗ ୧୨୦-୧୩୦ କିଲୋମିଟରକୁ ବୃଦ୍ଧି ପାଇବ  ।  ବୁଧବାର ଅପରାହ୍ନରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ  । ତେବେ ବୁଧବାର ସଂଧ୍ୟାରୁ ୧୧ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ୧୪୫ରୁ ୧୬୫ କିଲୋମିଟର ବେଗରେ ବତାସ ବହିବାର ଆଶଙ୍କା ରହିଛି  । 

    ଅଶାନ୍ତ ସମୁଦ୍ର : ତିତଲି ପ୍ରଭାବରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେଉଥିବାରୁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି  । ଏବେ ସ୍ଥାନେସ୍ଥାନେ ଅଧ ମିଟର ଉଚ୍ଚତାର ଜୁଆର ଆସୁଥିବା ଦେଖିବାକୁ ମିଳିଛି  । ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଉପକୂଳରେ ୧ ମିଟର ଉଚ୍ଚତାର ଜୁଆର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ।

    କେଉଁ ଜିଲ୍ଲା ହେବ ଅଧିକ ପ୍ରଭାବିତ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ, ବିଜିୟାନଗରମ ଓ ଶ୍ରୀକାକୁଲ୍ଳମ ଏବଂ ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବ  । କଚ୍ଚା ଘର ଭାଙ୍ଗିବା ସହ ଗଛ ଓ ବିଜୁଳି ଖୁଂଟି ଉପୁଡ଼ି ପଡ଼ିବାର ସମ୍ଭାବନା ରହିଛି  । 

    ଆସିବ ବନ୍ୟା : ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟାର ଆଶଙ୍କା ରହିଛି  । ଫଳରେ ପକ୍କା ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook