Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଟୁଜି ଇଥାନଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    Share on :
    Date: Oct 10, 2018    Views: 154

    ବରଗଡ଼: ବରଗଡ଼ରେ ଟୁଜି ଇଥାନଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧାନ ନଡ଼ାରୁ ବାୟୋ ଇନ୍ଧନ ପ୍ରସ୍ତୁତ ହେବ । ଏହି ପ୍ରକଳ୍ପ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହା ଗ୍ରାମରେ ହେବ । ଏହା ପ୍ରଥମ  ଟୁଜି ଇଥାନଲ ପ୍ରକଳ୍ପ ଅଟେ ।

    ବୁଧବାର ଦିନ ଏହି ପ୍ରକଳ୍ପର ଶିଳାନ୍ୟାସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରଭାସ କୁମାର ସିଂ ଓ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । 

    ବାଉଳାସିଂହା ଗ୍ରାମର ୫୮ ଏକର ଜମିରେ ଏହି ପ୍ରକଳ୍ପ ହେବ । ଜାପାନର ଏକ କମ୍ପାନୀ କାରଖାନା କରିବାର ଦାୟିତ୍ୱ ନେଇଛି । ବାୟୋ ଫୁଏଲା ମୁଖ୍ୟ ମହାପ୍ରବନ୍ଧକ କାରଖାନାର ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି । 

    ପ୍ରକାଶ ଯେ, ଧାନ ନଡ଼ାକୁ ଫିଡ ଷ୍ଟକଭାବେ ବ୍ୟବହାର କରି ବାର୍ଷିକ ୩ କୋଟି ଲିଟର ଇଥାନଲ ଇନ୍ଧନ ଉପôାଦନ କ୍ଷମତା ଏହି ପରିଶୋଧନାଗାର ବହନ କରିବ ଓ ଏହି ପରିଶୋଧନାଗାରରୁ ଉପôାଦିତ ଇଥାଲନ ପେଟ୍ରୋଲ ସହ ମିଶ୍ରଣ ହେବ । ଭାରତ ବର୍ଷରେ ବାର୍ଷିକ ୧୨୦ରୁ ୧୬୦ ଏମଏମଟି ବଳକା ଜୈବମାସ ଉପଲବ୍ଧ ଯାହାର ବାର୍ଷିକ ୩୦୦୦ କୋଟି ଲିଟର ଇଥାଲନ ଉପôାଦନ କ୍ଷମତା ରହିଛି । ଭାରତୀୟ ରାଷ୍ଟ୍ରୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁସାରେ ୨୦୧୩୦ ମସିହା ସୁଦ୍ଧା ୨୦ ପ୍ରତିଶତ ଇଥାଲନ ପେଟ୍ରୋଲରେ ମିଶ୍ରଣ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ କରାଯାଇଛି । କିନ୍ତୁ ଇଥାଲନର ଅଭାବ କାରଣରୁ ବର୍ତ୍ତମାନ ୩ରୁ ୪ ପ୍ରତିଶତ ଇଥାଲନ ପେଟ୍ରୋଲରେ ମିଶ୍ରିତ ହେଉଛି । ୨ଜି ଇଥାନଲ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ପେଟ୍ରୋଲରେ ଇଥାଲନର ମିଶ୍ରଣର ଲକ୍ଷ୍ୟ ହାସଲ କରିହେବ ।

    ବରଗଡ଼ ଜିଲ୍ଲାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଯଥା ଭଟଲି, ଅମ୍ବାଭୋନା, ଅତାବିରା, ସୋହେଲା, ବୁର୍ଲା ଏବଂ ଲଖନପୁରରୁ ସଂଗୃହୀତ ବାର୍ଷିକ ୨ ଲକ୍ଷ ଟନ ଧାନ ନଡ଼ାକୁ ଏହି ଜୈବ ପରିଶୋଧନାଗାରରେ ଫିଡ ଷ୍ଟକ ହିସାବରେ ବ୍ୟବହାର କରାଯିବ ।

    ଏହାଛଡ଼ା ପ୍ଲାଣ୍ଟ ନିର୍ମାଣ, ପ୍ଲାଣ୍ଟ କାର୍ଯ୍ୟକ୍ଷମ ଆଦି କ୍ଷେତ୍ରରେ ପ୍ରାୟତଃ ୧୨୦୦ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଜୈବ ଇନ୍ଧନର ସୁପରିଚାଳନା ଏଠାକାର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଏହି ଅଞ୍ଚଳର ଜୀବନ ଜୀବିକାର ଉନ୍ନତିରେ ସାହାଯ୍ୟ କରିବ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook