Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ’

    Share on :
    Date: Oct 10, 2018    Views: 338

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । 
    ବାତ୍ୟା ପାଇଁ ବଜାରରୁ ଆଳୁ ଓ ପିଆଜ ଗାଏବ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଖାଦ୍ୟ ସାମଗ୍ରୀ ନେଇ ଖାଉଟିମାନେ ଭୟଭୀତ ହୁଅନ୍ତି ନାହିଁ ।

    ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । କୌଣସି ସ୍ଥାନରେ କଳାବଜାରୀ ଖବର ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ବ୍ୟବସାୟୀ  ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକନ୍ତି ତେବେ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । 

    Read more

    ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

    ଭୁବନେଶ୍ୱର : ଆସୁଥିବା ବାତ୍ୟାକୁ ନେଇ ରାଜ୍ୟରେ ୧୧ଟି ଜିଲ୍ଲାର ଦାୟିତ୍ୱ ୧୧ଜଣ ଆଇପିଏସ୍  ଅଫିସରଙ୍କୁ ଦିଆଯାଇଛି । ବାତ୍ୟା ସଠିକ୍ ମୁକାବିଲା କରିବା ପାଇଁ ସମସ୍ତ ଅଫିସର ମାନଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କର ଦାୟିତ୍ୱ ଦିଆଯାଇଛି ...

    Read more

    ଓଡ଼ିଶାରେ ପଡ଼ିବ ‘ଫନି’ ପ୍ରଭାବ

    ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି  ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ...

    Read more

    ଆସନ୍ତା ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ

    ଭୁବନେଶ୍ୱର:  ଭାରତ ମହାସାଗର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି ।  ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇଛି ।  ଏହା  ଆସନ୍ତା ୬ ଘଣ୍ଟାରେ ବାତ୍ୟା ଓ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ।  ଏବେ ଚେନ୍ନାଇରୁ ୧୧୮୦ ଓ ମଚ୍ଛଲିପଟନମରୁ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook