Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରେନ ଲାଇନଚୁ୍ୟତ: ୭ ମୃତ, ୬୦ ଆହତ

    Share on :
    Date: Oct 10, 2018    Views: 99

    ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ପାଖାପାଖି ୬୦ ଜଣ ଆହତ ହୋଇଛନ୍ତି ।

    ବୁଧବାର ସକାଳ ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ହାଲଦାରରୁ ନୂଆଦିଲ୍ଲୀ ଯାଉଥିବା ନୁ୍ୟ ଫରାକା ଏକ୍ସପ୍ରେସର ୬ଟି ବଗି ରାଏବରେଲିର ହରଚାନ୍ଦପୁର ରେଳ ଷ୍ଟେସନରୁ ମାତ୍ର ୫୦ ମିଟର ଦୂରରେ ଲାଇନଚୁ୍ୟତ ହୋଇଥିଲା । ଘଟଣାସ୍ଥଳରୁ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ୬୦ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଟ୍ରେନ ବଗି ତଳେ ଯାତ୍ରୀମାନେ ଫସିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ।

    ଲକ୍ଷ୍ନୌ ଓ ବାରାଣସୀରୁ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ନିଦେ୍ର୍ଧଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । 

    ଯାତ୍ରୀଙ୍କ ସୂଚନା ଅନୁଯାୟୀ ଷ୍ଟେସନରୁ ଟ୍ରେନ ଛାଡ଼ିବାର କିଛି ସମୟରେ ପରେ ହଠାତ ଜୋରରେ ଶବ୍ଦ ହୋଇଥିଲା । ତା ପରେ କିଛି ବଗି ଓଲଟିପଡ଼ିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook