Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁରୀ ହିଂସା: ଜବାବ ତଲବ କଲେ ସୁପ୍ରିମକୋର୍ଟ

    Share on :
    Date: Oct 10, 2018    Views: 183

    ନୂଆଦିଲ୍ଲୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ମାମଲା ଏବେ  ସୁପ୍ରିମକୋର୍ଟରେ ପହଞ୍ଚିଛି ।

    ମାନ୍ୟବର ସୁପ୍ରିମକୋର୍ଟ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ହିଂସାକାଣ୍ଡ ସମୟରେ ଶ୍ରୀମନ୍ଦିର ଭିତରକୁ ପୁଲିସ ଜୋତା ପିନ୍ଧି ଯିବା ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଓ  ଆମିକସକୁ୍ୟରୀଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି । ଆସନ୍ତା ୨ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଅକ୍ଟୋବର ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । 

    ଅନ୍ୟପକ୍ଷରେ ନିଜ ପୂର୍ବ ନିଦେ୍ର୍ଧଶ ଉପରେ ରହିତାଦେଶ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।  ଜିଲ୍ଲା ଜଜଙ୍କ ସୁପାରିଶରେ ପ୍ରଦତଃ ନିଦେ୍ର୍ଧଶରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

    Read more

    ୧୦୦% ଭିଭିପାଟ ଗଣତି ଖାରଜ

    ନୂଆଦିଲ୍ଲୀ: ୧୦୦% ଭିଭିପାଟ ଗଣତି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଗୋଟଏ ଗ୍ରୁପ କେନୋକ୍ରାଟସ ୧୦୦% ଗଣିତି ପାଇଁ ଆବେଦନ କରିଥିବାବେଳେ  ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହାକୁ ଖାରତ କରିଦେଇଛନ୍ତି । 
    ପ୍ରକାଶ ଯେ, ନିର୍ବାଚନରେ ...

    Read more

    ଏଣିକି ପାଣ୍ଠି ତଥ୍ୟ ଦେବେ ରାଜନୈତିକ ଦଳ: ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଏଣିକି ସବୁ ରାଜୈନତିକ ଦଳ ନିଜର ପାଣ୍ଠି ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ । ନିର୍ବାଚନ ଆୟୋଗଙ୍କ ନିକଟରେ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ନିଦେ୍ର୍ଧଶ ଦେଇଛନ୍ତି । ଦଳଗୁଡ଼ିକ ଆସନ୍ତା ମଇ ୧୫ ତାରିଖ ...

    Read more

    ସୁପ୍ରିମକୋର୍ଟଙ୍କ ଲୋକପାଳ ନିଦେ୍ର୍ଧଶ

    ନୂଆଦିଲ୍ଲୀ:  ଲୋକପାଳ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ଅବସରରେ ସୁପ୍ରିମକୋର୍ଟ ଲୋକପାଳ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପାଇଁ ତାରିଖ ଜାଣିବାକୁ ଚାହିଁଛନ୍ତି ।  ଚୟନ କମିଟିର ବୈଠକ କେବେ ବସିବ ସେ ସମ୍ପର୍କରେ ଜଣାଇବାକୁ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook