Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତିତଲି ଯୋଗୁଁ ବନ୍ଦ ହୋଇପାରେ କଲେଜ ନିର୍ବାଚନ

    Share on :
    Date: Oct 10, 2018    Views: 97

    ଭୁବନେଶ୍ୱର: ଡିପ ଡିପ୍ରେସନରୁ ଭୟଙ୍କର ବାତ୍ୟାର ରୂପ ନେଇଛି ‘ତିତଲି’ । ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ । ତିତଲି ସ୍ଥଳଭାଗ ଛୁଇଁବା ବେଳକୁ ୧୪୫ କିମି ବେଗରେ ପବନ ବହିବ । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ । ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

    ଏଭଳି  ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ଆସନ୍ତାକାଲି ହେବାକୁ ଥିବା କଲେଜ ନିର୍ବାଚନ ବନ୍ଦ ହୋଇପାରେ । 

    ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା କଲେଜ ନିର୍ବାଚନ ବନ୍ଦ ହୋଇପାରେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ବନ୍ଦ ହୋଇପାରେ ।
    ସୂଚନା ଯୋଗ୍ୟ ଯେ, ତିତଲି ପ୍ରଭାବରେ ଋଷିକୂଲ୍ୟା ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook