Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ନାମରେ ଲମ୍ବୁଛି ଯୌନ ଶୋଷଣ ଅଭିଯୋଗର ଫର୍ଦ୍ଧ

    Share on :
    Date: Oct 10, 2018    Views: 897

    ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ସାମ୍ବାଦିକ ଏମଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ହୋଇଛି  । ଏହି ତାଲିକା ଏବେ ଲମ୍ବିବାରେ ଲାଗିଛି  । ଇତିମଧ୍ୟରେ ୬ ଜଣ ସାମ୍ବାଦିକା ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି  । ପ୍ରଥମେ ଇଣ୍ଡିଆ ଟୁଡେ଼ର ପୂର୍ବତନ ସାମ୍ବାଦିକା ପ୍ରିୟା ରମାନୀ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ  । ଏମିତିକି ଗତ ବର୍ଷ ଅକ୍ଟୋବରରେ ସେ ଭୋଗୁ୍ୟ ଇଣ୍ଡିଆରେ ଏନେଇ ଏକ ଆଲେଖ୍ୟ ମଧ୍ୟ ଲେଖିଥିଲେ  । ସାକ୍ଷାତକାର ନେବାବେଳେ ଆକବର କିଭଳି ଯୌନ ଶୋଷଣ କରିଥିଲେ ସେନେଇ ସେ ଅଭିଯୋଗ ବାଢ଼ିଛନ୍ତି  । ଏମିତିକି ସେ ଏକା ନୁହଁନ୍ତି ଅନେକ ଝିଅ ମଧ୍ୟ ଏଭଳି ଅଭିଯୋଗ ଆଣିପାରନ୍ତି ବୋଲି ରମାନୀ କହିଥିଲେ  । ଅନୁରୂପ ଭାବେ ମୁକ୍ତବୃତ ସାମ୍ବାଦିକା କନିକା ଗହଲୌତ ମଧ୍ୟ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି  । ଏସିଆନ ଏଜର ଆବାସିକ ସମ୍ପାଦିକା ସୁପର୍ଣ୍ଣା ଶର୍ମା ମଧ୍ୟ ନିଜ ଅଭିଜ୍ଞତା ବଖାଣିବାକୁ ପଛାଇ ନାହାନ୍ତି  । ପ୍ରଥମ ପୃଷ୍ଠା ଖବର ବସାଉଥିବାବେଳେ ଆକବର ତାଙ୍କ ପଛପଟକୁ ଆସି ଅନ୍ତଃବସ୍ତ୍ରର ଷ୍ଟ୍ରାପଟିକୁ ଭିଡ଼ି ଦେଇ କିଛି କହିଥିଲେ ବୋଲି ସେ କହିଛନ୍ତି  । ସେହିପରି ଅନ୍ୟ ଏକ ଦିନ ସେ ଟି ସାର୍ଟ ପିନ୍ଧିଥିବାବେଳେ ଆକବର ତାଙ୍କୁ କିଛି ଇଙ୍ଗିତ କରିଥିଲେ  । ସେତେବେଳେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବାବେଳେ ନିଜ କଥା କହିବା ପାଇଁ କମିଟି ମଧ୍ୟ ନଥିଲା  । ବିଶେଷକରି ଏକାକୀ ରହୁଥିବା ଯୁବ ସାମ୍ବାଦିକାଙ୍କ ଉପରେ ତାଙ୍କର ନଜର ରହିଥିଲା  । ସେହିପରି ଲେଖିକା ସୁମା ରାହା ବି ଏଭଳି ଅଭିଯୋଗ ଆଣିଛନ୍ତି  । ଏକ ହୋଟେଲର ବେଡ଼ ଉପରେ ଆକବରଙ୍କୁ ନିଯୁକ୍ତ ପାଇଁ ସାକ୍ଷାତକାର ଦେବା ବେଶ ଅସହଜ ଥିଲା ବୋଲି କହିଛନ୍ତି  । କିନ୍ତୁ ପରେ ତାଙ୍କ ଚାକିରୀ  ମିଳିଥିଲେ ମଧ୍ୟ ସେ ଅଫର ଗ୍ରହଣ କରିନଥିଲେ  । ଖାଲି ଏହି ମହିଳାମାନେ ନୁହଁନ୍ତି ସାମ୍ବାଦିକା ପ୍ରେରଣା ସିଂହ ବିନ୍ଦ୍ରା ମଧ୍ୟ ନିଜ ଅଭିଜ୍ଞତା ବଖାଣିବାକୁ ଯାଇ କହିଛନ୍ତିଯେ, ଆକବର ତାଙ୍କୁ ହୋଟେଲକୁ ଡାକିଥିଲେ  । କିନ୍ତୁ ସେ ନଯିବାରୁ ଫିଚର ଟିମ ବୈଠକରେ ତାଙ୍କ ପ୍ରତି ସେ କମେଂଟ କରିଥିଲେ  । ଅନ୍ୟ ଜଣେ ଝିଅ ମଧ୍ୟ ତାଙ୍କ ନିକଟରେ ସମାନ ଅଭିଯୋଗ ଆଣିଥିବା ବିନ୍ଦ୍ରା କହିଛନ୍ତି  । ସେହିପରି ଶୁତାପା ପାଉଲ ନାମକ ଜଣେ ସାମ୍ବାଦିକା ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି  । ସେ ଟ୍ୱିଟରେ ବିଶେଷ କିଛି ଲେଖିନାହାନ୍ତି  । କେବଳ ମିଥୁ ଏମଜେ ଆକବର ୨୦୧୦-୧୧ ବୋଲି ଲେଖିଛନ୍ତି  । ଅର୍ଥାତ୍ ୨୦୧୦-୧୧ରେ ସେ ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିଲେ  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook