Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏବେ କେଉଁଠି ଅଛି ତିତଲି, କେଉଁ ଦିଗ ଦେଇ ଯିବ... ଦେଖନ୍ତୁ ଏହି ମ୍ୟାପ

    Share on :
    Date: Oct 10, 2018    Views: 2528

    ଭୁବନେଶ୍ୱର : ତିତିଲି ଏବେ ଭୟଙ୍କର ରୂପ ଧାରଣ କରିସାରିଛି  । ଆସନ୍ତା ୧୮ ଘଂଟା ମଧ୍ୟରେ ଆହୁରି ଭୟଙ୍କର ହେବବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୩୭୦ କିଲୋମିଟର ଦୂରରେ ତିତିଲି ନିଜର କାୟା ବିସ୍ତାର କରୁଛି  । ଏହା ଏବେ ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହୋଇସାରିଛି  । ୧୦ ତାରିଖ ରାତି ୧୧ଟା ୩୦ରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବ  । ଫଳରେ ଘଂଟାପ୍ରତି ପ୍ରାୟ ୧୪୫ କିଲୋମିଟର ବେଗରେ ବତାସ ବହିବାର ଆଶଙ୍କା ରହିଛି  ।  ୧୧ ତାରିଖ ଅପରାହ୍ନ ସାଢେ଼ ୫ଟା ବେଳକୁ ତିତଲିର ପ୍ରଭାବ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି  ।

    ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’  । ତିତଲି ପ୍ରଭାବରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ, ରେଡ଼ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ସେହିପରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି  । ରେଡ଼ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି  । ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି  । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook