Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

    Share on :
    Date: Oct 9, 2018    Views: 117

    ଭୁବନେଶ୍ୱର : ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି, ସତ୍ୟବାଦୀ ଓଡ଼ିଆ ଜାତି ପାଇଁ ପ୍ରେରଣାର ଭୂମି ସତ୍ୟବାଦୀ, ଏ ଭୂମିକୁ ମୋର ପ୍ରଣାମ । 

    ଆଜି ଉକ୍ରଳମଣିଙ୍କ ଜୟନ୍ତୀ ଅବସରରେ ସାକ୍ଷୀ ଗୋପୀନାଥଙ୍କ ପବିତ୍ର ଭୂମି ସତ୍ୟବାଦୀକୁ ଆସି ମୁଁ ବହୁତ ଖୁସି । ଏ ଅବସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପଣ୍ଡିତ ଗୋପବନ୍ଧୁ ଥିଲେ ତ୍ୟାଗ, ସଂଗ୍ରାମ ଓ ସେବାର ପ୍ରତୀକ । ସେ ଥିଲେ ମାନବ ସମାଜର ଗର୍ବ ଓ ଗୌରବ । ତାଙ୍କ ଜାତି ପ୍ରୀତିର ତୁଳନା ନାହିଁ । ଓଡ଼ିଶା ଇତିହାସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଏଠାରେ ଆମେ ସମସ୍ତେ ଏକ ମହାନ କାର୍ଯ୍ୟ ପାଇଁ ଏକାଠି ହୋଇଛେ । ଆପଣମାନେ ଜାଣନ୍ତି, ଓଡ଼ିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ । ଉକ୍ରଳମଣିଙ୍କ ଜୟନ୍ତୀ ଅବସରରେ ତାଙ୍କ କର୍ମଭୂମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଭିତି ରଖିବା, ମୋ ପାଇଁ ଗୌରବର କଥା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ କାମ କରିଥିବା ବରପୁତ୍ରମାନଙ୍କ ପ୍ରତି ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । 
    ଗୋପବନ୍ଧୁଙ୍କ ବନ ବିଦ୍ୟାଳୟ ଥିଲା ଓଡ଼ିଆ ନବଜାଗରଣର ପୀଠ । ଓଡ଼ିଆ ଜାତୀୟ ଚେତନାର ବିକାଶରେ ପଂଚଶଖା ଏକ ନୂଆ ଜାଗରଣ ଆଣିଥିଲେ । ମୋର ବିଶ୍ୱାସ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ନବଜାଗରଣକୁ ଆହୁରି ଆଗେଇନେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ବିକାଶରେ ଏକ ନୂଆ ଯୁଗ ଆରମ୍ଭ କରିବ । ମୋ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ଆପଣମାନଙ୍କ ସେବା କରିଚାଲିଛି । ଆପଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ପ୍ରଗତିର ନନ୍ଦିଘୋଷ ଆହୁରି ଆଗକୁ ବଢ଼ିବ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook