Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ

    Share on :
    Date: Oct 9, 2018    Views: 121

    ଭୁବନେଶ୍ୱର: ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ବହୁ ପ୍ରତୀକ୍ଷିତ ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ପଣ୍ଡିତ ଉକ୍ରଳମଣିଙ୍କ ଦାଶଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ଚିହ୍ନଟ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ସାଢେ଼ ୧୧ଟାରେ ପଂଚଶଖା ସମାଧି ପୀଠରେ ପହଁଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ୧୧.୪୫ରେ ବକୁଳବନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ ପରେ ପୂର୍ବାହ୍ନ ୧୧.୫୨ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଆୟୋଜିତ ଭିତିପ୍ରସ୍ତର ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏଥିପାଇଁ ବକୁଳବନକୁ ସୁସଜ୍ଜିତ କରାଯିବା ସହ କାନ୍ଥବାଡ଼କୁ ଆକର୍ଷଣୀୟ ଚିତ୍ରକଳାରେ ସଜ୍ଜିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook