Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନବୀନ ନାମ ଲେଖାନ୍ତୁ : ନିରଞ୍ଜନ

    Share on :
    Date: Oct 9, 2018    Views: 2153

    ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ  । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରୁଥିବାରୁ ଧନ୍ୟବାଦ  । ଆଶା କରେ ଓଡ଼ିଆ ଶିଖିବା ପାଇଁ ସେ ମଧ୍ୟ ଖୁବଶୀଘ୍ର ଏଠାରେ ନାମ ଲେଖାଇବେ  । ନିରଞ୍ଜନଙ୍କ ଏହି ଟ୍ୱିଟକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି  । ଖାଲି ସେତିକିନୁହେଁ ଗୋଟିଏ ଟ୍ୱିଟ ଓଡ଼ିଆରେ ଲେଖିଥିବାବେଳେ ନବୀନଙ୍କ ପାଇଁ ଇଂରାଜୀରେ ଟ୍ରାନ୍ସଲେସନ କରିଛନ୍ତି ବୋଲି ନିରଞ୍ଜନ ଉଲ୍ଲେଖ କରିଛନ୍ତି  । ଅପରପକ୍ଷରେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook