Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୧ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ତିତିଲ’

    Share on :
    Date: Oct 9, 2018    Views: 891

    ଭୁବନେଶ୍ୱର: ମାଡ଼ିଆସୁଛି ବାତ୍ୟା ‘ତିତିଲ’ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଆଜି ମଧ୍ୟରାତିରେ ବାତ୍ୟାର ରୂପ ନେବ ଏହି ଗଭୀର ଅବପାତ । ବର୍ତମାନ ଗୋପାଳପୁର ଠାରୁ ୫୦୦ କିମି ଦୂରରେ ‘ତିତିଲ’ ରହିଥିବା ଜଣାପଡ଼ିଛି । ଏବେ ଏହା ଘଂଟାକୁ ୧୦ କିମି ବେଗରେ ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁ ହେଉଛି । ଏହି ଆକଳନ ଅନୁଯାୟୀ ଆସନ୍ତା ୧୧ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହା କଳିଙ୍ଗପଟମ-ଗୋପାଳପୁର ମଧ୍ୟଭାଗରେ ଅତି୍ରକମ କରିବ ବୋଲି ଆକଳନ କରାଯାଇଛି । ତେବେ ଏଥିପାଇଁ କୌଣସି ବ୍ୟସ୍ତ ହେବାର ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଦକ୍ଷିଣ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ତେବେ ବାତ୍ୟା ‘ତିତିଲ’କୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରିଦିଆଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରିଦିଆଯାଇଛି । ସେହିପରି ଏନଡିଆରଏଫ, ଓସଡମା କର୍ମଚାରୀ କେହି ଛୁଟିରେ ଯାଇପାରିବେ ନାହିଁ ବୋଲି ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲା କଂଟ୍ରୋଲରୁମ୍କୁ ମଧ୍ୟ ୨୪ ଘଂଟିଆ ଖୋଲା ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook