ମୁଖ୍ୟ ଖବର
ଭୁବନେଶ୍ୱର : କଂଗ୍ରେସ ଏବେ ଆପଣାଇଛି ଆମ ଆଦମୀ ପାର୍ଟିର ଫର୍ମୂଲା । ଅରବିନ୍ଦ କେଜ୍ରିୱାଲଙ୍କ ଫଣ୍ଡାକୁ ଆଦରି ନେଇଛନ୍ତି ରାହୁଲ ଗାନ୍ଧୀ । ଆପ ଯେଭଳି ନିର୍ବାଚନ ଲଢ଼ିବା ପାଇଁ ସମର୍ଥକଙ୍କ ଠାରୁ ଆର୍ଥିକ ସହଯୋଗ ଲୋଡ଼ିଥାଏ ଅନୁରୂପ ଢ଼ଙ୍ଗରେ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଛି । ଦଳୀୟ ୱେବସାଇଟରେ ରାଜସ୍ଥାନ ନିର୍ବାଚନ ପାଇଁ ଦଳ ସହଯୋଗ ଆବଶ୍ୟକ କରିଛି ।
ଏସମ୍ପର୍କରେ କଂଗ୍ରେସ ପକ୍ଷରୁ କୁହାଯାଇଛିଯେ, ଏବେ ବିଜେପିର ଟଙ୍କା ବଳ ବନାମ ଲୋକଙ୍କ ବଳ ମଧ୍ୟରେ ଲଢେ଼ଇ ଚାଲିଛି । ନିର୍ବାଚନ ଜିତିବା ପାଇଁ ବିଜେପି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି । କର୍ଣ୍ଣାଟକ ନିର୍ବାଚନରେ ବିଜେପି ବିଜ୍ଞାପନରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ନିର୍ବାଚନରେ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବିଜେପିର ଶିଳ୍ପପତି ବନ୍ଧୁମାନେ ହଜାର ହଜାର କୋଟି ଟଙ୍କା ସହଯୋଗ କରୁଛନ୍ତି । ସେହି ଟଙ୍କାରେ ଗଣମାଧ୍ୟମ ଓ ଜନତାଙ୍କ ସ୍ୱରକୁ ପ୍ରଭାବିତ କରାଯାଉଛି । ରାଜସ୍ଥାନ ନିର୍ବାଚନ ପାଇଁ ସଚିନ ପାଇଲଟ ଓ ଅଶୋକ ଗେହଲଟ ବହୁତ ପରିଶ୍ରମ କରୁଥିବାବେଳେ ଜନତାଙ୍କ ସମର୍ଥନ ଲୋଡ଼ିଛି କଂଗ୍ରେସ । ନିର୍ବାଚନ ପାଇଁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଆସନ୍ତା ୫୨ ଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ସଂଗ୍ରହ ଜାରିରହିବ । ଇତିମଧ୍ୟରେ କଂଗ୍ରେସର ୩୩୩ ସମର୍ଥକ ୬ ଲକ୍ଷ ୨୮ ହଜାରରୁ ଉଦ୍ଧ୍ୱର୍ ଟଙ୍କା ପ୍ରଦାନ କରିଥିବା ଜାଣିବାକୁ ମିଳିଛି ।
Comments ସମସ୍ତ ମତାମତ 0