Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଟାଇମ୍ସ ନାଓ ସର୍ଭେ : ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନରେ କଂଗ୍ରେସ

    Share on :
    Date: Oct 9, 2018    Views: 2513

    ନୂଆଦିଲ୍ଲୀ : ପାଂଚ ରାଜ୍ୟକୁ ବିଜେପି ନିଜ କବଜାକୁ ନେବା ପାଇଁ ଅଂଟା ଭିଡ଼ିଥିଲେ ମଧ୍ୟ ରାଜସ୍ଥାନ କିନ୍ତୁ ବିଜେପି ହାତରୁ ଖସିବ ବୋଲି ସର୍ଭେ କହୁଛି  । ପୂର୍ବରୁ ଏବିପି ସର୍ଭେରେ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିବ ବୋଲି କୁହାଯାଇଥିବାବେଳେ ଟାଇମ୍ସ ନାଓ ସର୍ଭେରେ ମଧ୍ୟ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିବ ବୋଲି ଜଣାପଡ଼ିଛି  । ତେବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢ଼ିବ ବୋଲି ସର୍ଭେ ରିପୋର୍ଟରୁ ଜାଣିବାକୁ ମିଳିଛି  ।

    ସର୍ଭେ ରିପୋର୍ଟ ଅନୁଯାୟୀ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୬୫ ଲୋକସଭା ଆସନ ଥିବାବେଳେ ବିଜେପିକୁ ୪୩ ଓ କଂଗ୍ରେସକୁ ୨୨ ଆସନ ମିଳିବ  । ଯେତେବେଳେକି ୨୦୧୪ରେ ବିଜେପି ଏହି ୩ ରାଜ୍ୟରେ ୬୨ ଆସନ ପାଇଥିଲା  । ତେବେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ବିଜେପିକୁ ୧୪୨ ଆସନ ମିଳିବ  । ପୂର୍ବ ଥର ଅପେକ୍ଷା ବିଜେପିର ଆସନ ହ୍ରାସ ପାଇବାର ଥିଲେ ମଧ୍ୟ ବିଜେପି ହିଁ ସରକାର ଗଢ଼ିବ  । ସେହିପରି ଛତିଶଗଡ଼ର ୯୦ ଆସନ ମଧ୍ୟରୁ ବିଜେପିକୁ ୪୭ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୩୩ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । ଅପରପକ୍ଷରେ ରାଜସ୍ଥାନର ୨୦୦ ଆସନରୁ କଂଗ୍ରେସ ୧୧୫ ଆସନ ପାଇଁ ସରକାର ଗଢ଼ିବାର ସମ୍ଭାବନା ରହଛି  । ଯେତେବେଳେକି ବିଜେପିକୁ ୭୫ ଆସନରେ ସନ୍ତୁଷ୍ଟ ରହିବ ବୋଲି ଟାଇମ୍ସ ନାଓ ସର୍ଭେରେ ଦର୍ଶାଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook