Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁର ଗିରଫ

    Share on :
    Date: Oct 8, 2018    Views: 2783

    ଭୁବନେଶ୍ୱର : ଫୁଲବାଣୀର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କୁ ପୁଲିସ ଗିରଫ କରିଛି  । ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ କହଁରକୁ ଗିରଫ କରାଯାଇଛି  । ସେପ୍ଟେମ୍ବର ୩ରେ ତାଙ୍କ ବିରୋଧରେ ମାମଲା କରାଯାଇଥିଲା  । ଜଣେ ଯୁବତୀଙ୍କୁ ଘରେ ପଶି ମାଡ଼ ମାରିବା ଅଭିଯୋଗ ହୋଇଥିଲା  । ସେହିପରି କହଁରଙ୍କ ଏକ ସେକ୍ସ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା  । 

    ଜୋରଜବରଦସ୍ତ ସମ୍ପର୍କ ରଖିବା ପାଇଁ ଦେବେନ୍ଦ୍ର କହଁର ଯୁବତୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି  । ଏମିତିକି ଦେବେନ୍ଦ୍ର ଯୁବତୀଙ୍କ ମାଆଙ୍କୁ ମଧ୍ୟ ଧମକଚମକ ଦେଉଥିବା ଅଭିଯୋଗ ଆସିଛି  । ଯୁବତୀ ଜଣଙ୍କ ଏନେଇ ଏତଲା ମଧ୍ୟ ଦେଇଛନ୍ତି  । ତେବେ କେବଳ ବୟାନ ରେକଡର଼୍ ମଧ୍ୟରେ ମାମଲାଟି ସୀମିତ ରହିଥିବା ଅଭିଯୋଗ ହେଉଛି  ।

    କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି  । ପରେ ସେମାନଙ୍କୁ ବ୍ଲାକମେଲିଂ କରୁଛନ୍ତି ବୋଲି ଜନୈକ ଯୁବତୀ ଏତଲାରେ ଦର୍ଶାଇଛନ୍ତି  ।

     

    Maximum 500 characters

    ରାଜନୀତି View all

    Find Us on Facebook