Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁରୀ ହିଂସା ପାଇଁ ଓଡ଼ିଶା ବାହାରୁ ହୋଇଛି ଷଡ଼ଯନ୍ତ୍ର: ବିଜୟ ମହାପାତ୍ର

    Share on :
    Date: Oct 8, 2018    Views: 655

    ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ସୃଷ୍ଟ ହିଂସାକାଣ୍ଡକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ପୁରୀ ଓ ଜଗନ୍ନାଥଙ୍କୁ ବଦନାମ କରିବା ପାଇଁ ଓଡ଼ିଶା ବାହାରୁ ଷଡ଼ଯନ୍ତ୍ର କରାଯାଇଛି ।ଷଡ଼ଯନ୍ତ୍ରକାରୀଙ୍କୁ ବାହାର କରିବା ଉଭୟ ରାଜ୍ୟ ଓ କେନ୍ଦ୍ରର ଦାୟିତ୍ୱ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

    ଏହାଛଡ଼ା ଶ୍ରୀ ମହାପାତ୍ର କହିଛନ୍ତି ଯେ, ହିଂସାକାଣ୍ଡ ସମୟରେ ଜିଲ୍ଲାପାଳ, ଏସପି ଲୁଚିଲେ । ମନ୍ଦିର ସୁରକ୍ଷା ପାଇଁ କେହି ଆସିଲେନି । ଗଣ୍ଡଗୋଳ କରିଥିବା ଲୋକ ଯେତିକି ଦାୟୀ, ନିରବଦ୍ରଷ୍ଟା ବି ସେତିକି ଦାୟୀ । ତେବେ ଏହି ଘଟଣାକୁ ସରକାର ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉନାହାନ୍ତି ।

    ଏହା ଅଦ୍ଭୁଦ ଓ ଅଭିନବ  । ଏବେ ମନ୍ଦିର ସଂସ୍କୃତି ସଙ୍କଟରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook