Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହେଶ୍ୱର ମହାନ୍ତି ଇସ୍ତଫା ଦେବା କଥା: ଦାମ

    Share on :
    Date: Oct 8, 2018    Views: 951

    ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ସୃଷ୍ଟ ହିଂସାକାଣ୍ଡ ଥମି ଯାଇଛି ।  ତେବେ ଏହା ଘଟଣା ପରେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଥମିବାର ନା ନେଉନି । କିଏ ଏହି ଘଟଣା ପଛରେ ବିଜେପି ନେତାଙ୍କ ହାତ ଥିବା କହୁଥିବାବେଳେ କିଏ ଏହା ପଛରେ ବିଜେଡି ନେତା ଦାୟୀ ବୋଲି କହୁଛନ୍ତି ।  ଏଭଳି ଆରୋପ ପ୍ରତ୍ୟାରୋପ କରିବାରେ ଆଉ ଜଣେ ରାଜନେତା ସାମିଲ ହୋଇଛନ୍ତି । ସେ ହେଉଛନ୍ତି ବିଜେଡିରୁ  ବହିଷ୍କୃତ ତଥା ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ।  

    ପୁରୀ ହିଂସା ଘଟଣାରେ ଦାମ ବାବୁ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯାହା କିଛି ଘଟିଲା, ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ମହେଶ୍ୱର ମହାନ୍ତି ଇସ୍ତଫା ଦେବା କଥା । ମନ୍ଦିରରେ ପୁଲିସ ପ୍ରବେଶ ଓ ରବର ଗୁଳି ପ୍ରୟୋଗ ଦୁର୍ଭାଗ୍ୟଜନକ । ଏହା ଦେବଭୂମି ବୋଲି ମୁଖ୍ୟମନ୍ତ୍ରୀ ଭୁଲିଯାଇଛନ୍ତି ବୋଲି ଦାମ ରାଉତ କହିଛନ୍ତି । ଏଥିସହ ସେ ନବକଳେବର ବିଭ୍ରାଟ ବେଳେ ମହେଶ୍ୱର ମହାନ୍ତି କମିଟିର ଅଧ୍ୟକ୍ଷ ଥିଲେ ବୋଲି କହିବା ସହ  ମାଳତୀପାଟପୁର ବସଷ୍ଟାଣ୍ଡ ପାଖ ଆପାର୍ଟମେଣ୍ଟ କାହାର ବୋଲି ଦାମ ବାବୁ ପ୍ରଶ୍ନ କରିଛନ୍ତି । 

    ଏହା ପୁର୍ବରୁ ପୁରୀ ହିଂସାକାଣ୍ଡ ଘଟଣାରେ ବିଜେପି ନେତା କେ.ଭି ସିଂହଦେଓ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଟାର୍ଗେଟ କରିଥିଲେ । ହିଂସାକାଣ୍ଡ ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଥିବା ସେ କହିଥିଲେ । 

    ସେ କହିଥିଲେଯେ, ମହେଶ୍ୱର ମହାନ୍ତି ନିଜ ଲୋକଙ୍କ ଦ୍ୱାରା ହିଂସା ଘଟାଇଛନ୍ତି । ଲୋକଙ୍କ ଅନୁକମ୍ପା ହାସଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାନ୍ତି ଏଭଳି କାଣ୍ଡ ଭିଆଇଛନ୍ତି । ସେହିପରି ଶାନ୍ତି କମିଟି ନାମରେ ଗିରଫ କରିବା ଠିକ ନୁହେଁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।  ଯଦି ପୁଲିସ ପାଖରେ ପ୍ରମାଣ ଥିଲା ତେବେ ପ୍ରଥମେ ପୁଲିସ କାହିଁକି ଗିରଫ କଲାନି ବୋଲି ସେ ପ୍ରଶ୍ନ କରିଛନ୍ତି । ପୁଲିସ ଓ ପ୍ରଶାସନର ଏହା ଦୋମୁହାଁ ନୀତି ଓ ଘଟଣାର ସମାଧାନ କରିବାକୁ ପ୍ରଶାସନ ଚାହୁଁନି । ଏବେ ଯାହା ଚାଲିଛି ତାହା କେବଳ ରାଜନୀତି ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook