Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁରୀ ହିଂସା: ପୁଣି ୧୩ ଗିରଫ

    Share on :
    Date: Oct 8, 2018    Views: 149

    ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ଘଟଣାରେ ପୁଲିସ ପୁଣି ଆଉ ୧୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଟାଉନ ଥାନା ପକ୍ଷରୁ ଗିରଫ କରାଯାଇଥିବାବେଳେ ସିଂହଦ୍ୱାର ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନଙ୍କ ମଧ୍ୟରେ କିଛି ଉଠଦୋକାନୀ ଓ ଯାତ୍ରୀ ଗୁମାସ୍ତା ଅଛନ୍ତି ।  ପୂର୍ବରୁ ଏହି ଘଟଣାରେ ୪୧ ଜଣଙ୍କୁ ଗିରଫ କରାଯାଇଥିଲା । 

    ପ୍ରକାଶ ଯେ, ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନେ୍ଦାଳନକାରୀମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟ ଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଥିଲେ । ୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରି ଦ୍ୱାରରେ ଲାଗିଥିବା ହୋଡିଂକୁ ଚିରି ଦେଇଥିଲେ । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତା ଷ୍ଟାଣ୍ଡକୁ ଭାଙ୍ଗି ଦେଇଥିଲେ ବିକ୍ଷୋଭକାରୀ । ବିକ୍ଷୋଭକାରୀମାନେ ସହରର ବିଭିନ୍ନ ସ୍ଥାନରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ ।

    ଏପରିକି ବିକ୍ଷୋଭାରୀମାନେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନରେ ପଶି ଭଙ୍ଗା ରୁଜୁା କରିବା ସହ  ଏସପିଙ୍କ ବାସଭବନ ଉପରକୁ ମଧ୍ୟ ଟେକା ମାଡ଼ କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook