ମୁଖ୍ୟ ଖବର
ନୂଆଦିଲ୍ଲୀ:ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖ ଦିନ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି । ଏନେଇ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ୟୁପିଏ ସରକାର ଏବଂ ଏନଡିଏ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଦରର ତୁଳନାତ୍ମକ ବିଶ୍ଳେଷଣ ଏକ ଜଊମୁଦ ଲଫାପାରେ ନ୍ୟାୟାଳୟକୁ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେବାକୁ ଆବେଦନ କରାଯାଇଛି ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ବିଚାରପତି ଏସ.କେ କୌଲ ଏବଂ ବିଚାରପତି କେ.ଏମ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିନୀତ ଧଣ୍ଡାଙ୍କ ପକ୍ଷରୁ ଦାୟାର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି । ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ରାଫେଲ ବିମାନର ପ୍ରକୃତ ମୂଲ୍ୟ କେବେ ରହିଛି ତାହା ସ୍ପଷ୍ଟ କରିବା ପାଇଁ ଅଦାଲତାରେ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ଆଇନଜୀବୀ ଏମ.ଏଲ ଶର୍ମା ରାଫେଲ ବୁଝାମଣାକୁ ରଦ୍ଧ କରିବାକୁ ଆଉ ଏକ ଆବେଦନ କରିଛନ୍ତି ।
Comments ସମସ୍ତ ମତାମତ 0