Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆସୁଛି ମହାବାତ୍ୟା

    Share on :
    Date: Oct 8, 2018    Views: 813

    ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପଡିପ୍ରେସନର ରୂପ ନେଇଛି ଓ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଡାମନ ଡୁ୍ୟ ଏବଂ ଦାଦ୍ରା ନଗରହାବେଳିର ସରକାରଙ୍କୁ ସତର୍କ ରହିବାକୁ ନିଦେ୍ର୍ଧଶ  ଦିଆଯାଇଛି ।  ଆରବସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘଣ୍ଟାପ୍ରତି ୧୪ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି । ଏବେ ଏହା ଲାକ୍ଷା ଦୀପ ଠାରୁ ୯୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ବାତ୍ୟାର ରୂପ ନେଇପାରେ । ଆସନ୍ତାକାଲି ଏହା ମହାବାତ୍ୟାର ରୂପ ନେଇପାରେ । 

    ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସମୁଦ୍ର, ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ । ବେଳେ ବେଳେ ୬୦ କିମି ଛୁଇଁବାର ଆଶଙ୍କା ରହିଛି  । ଆଜି ଠାରୁ ଆସନ୍ତା ୧୦ ମଧ୍ୟରେ କେନ୍ଦ୍ରୀୟ ଓ ଏହା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ୬୫ କିମି ବେଗରେ ପବନ ବୋହିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୧୦ ତାରିଖ ଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢିବ ।

    ଲଘୁଚାପ ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି । 

    Read more

    ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

    ଭୁବନେଶ୍ୱର : ଆସୁଥିବା ବାତ୍ୟାକୁ ନେଇ ରାଜ୍ୟରେ ୧୧ଟି ଜିଲ୍ଲାର ଦାୟିତ୍ୱ ୧୧ଜଣ ଆଇପିଏସ୍  ଅଫିସରଙ୍କୁ ଦିଆଯାଇଛି । ବାତ୍ୟା ସଠିକ୍ ମୁକାବିଲା କରିବା ପାଇଁ ସମସ୍ତ ଅଫିସର ମାନଙ୍କୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ମାନଙ୍କର ଦାୟିତ୍ୱ ଦିଆଯାଇଛି ...

    Read more

    ଓଡ଼ିଶାରେ ପଡ଼ିବ ‘ଫନି’ ପ୍ରଭାବ

    ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି  ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ...

    Read more

    ଆସନ୍ତା ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଲଘୁଚାପ

    ଭୁବନେଶ୍ୱର:  ଭାରତ ମହାସାଗର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି ।  ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇଛି ।  ଏହା  ଆସନ୍ତା ୬ ଘଣ୍ଟାରେ ବାତ୍ୟା ଓ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ।  ଏବେ ଚେନ୍ନାଇରୁ ୧୧୮୦ ଓ ମଚ୍ଛଲିପଟନମରୁ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook